ଓଡ଼ିଶାମୁଖ୍ୟ ଖବର

୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ

ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି

୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ । ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ଛାତ୍ର ସଂଗଠନ ”ମାସା ଆର୍ମି” ପକ୍ଷରୁ ସାନ୍ତାଳୀ, ମୁଣ୍ଡାରୀ, ହୋ ଭାଷାକୁ ଓଡ଼ିଶାର ଦ୍ବିତୀୟ ରାଜ୍ୟ ଭାଷା ମାନ୍ୟତା ସହିତ ସାନ୍ତାଳୀକୁ ଭାଷାଗତ ସଂଖ୍ୟା ଲଘୁମାନ୍ୟତା ଏବଂ ମୁଣ୍ଡାରୀ, ଭୂମିଜ ଓ ହୋ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ପାଇଁ ଏହି ବନ୍ଦ ଡାକରା ଦିଆଯାଇଛି । ସୋମବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ପାଳନ କରାଯିବ ।

ସକାଳୁ ବାରିପଦା ଦେଇ ଯାଇଥିବା ୧୮ ନଂ ଜାତୀୟ ରାଜପଥ ମୁର୍ଗାବାଡ଼ି ଠାରେ ସଙ୍ଗଠନ ପକ୍ଷରୁ ରାସ୍ତା ଅବରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହାର ପ୍ରଭାବରେ ଦୋକାନ ବଜାର ବନ୍ଦ ରହିଛି । ସେହିପରି କିଛି ସମୟ ପାଇଁ ଜାତୀୟ ରାଜପଥ ଯାନବାହାନ ପ୍ରଭାବିତ ହୋଇଥିଲା । ରାଜପଥରେ ଶହ ଶହ ଗାଚି ଅଟକି ରହିଥିବା ଦେଖିବାକୁ ମିଳିଥିଲା । ଘଟଣା ସ୍ଥଳରେ ବାରିପଦା ଟାଉନ ଥାନା ପୋଲିସ ପହଞ୍ଚି ବିକ୍ଷଭକାରୀମାନଙ୍କୁ ଉଠାଇ ନେଇଥିଲା । ଏହାପରେ ହିଁ ୧୮ନଂ ଜାତୀୟ ରାଜପଥ ଅବରୋଧକୁ ହଟିଥିଲା ।

Show More

Related Articles

Back to top button