Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଆଜି ହେଉଛି ଇଞ୍ଜିନିୟର ଦିବସ, ଏମ.ବିଶ୍ୱେଶ୍ୱରୈୟାଙ୍କ ଜୟନ୍ତୀ

ଭୁବନେଶ୍ୱର: କିମ୍ବଦନ୍ତୀ ଯନ୍ତ୍ରୀ ତଥା ଭାରତ ରତ୍ନ ଏମ. ବିଶ୍ୱେଶ୍ୱରୈୟାଙ୍କ ଜୟନ୍ତୀକୁ ଇଞ୍ଜିନିୟର୍ସ ଡେ ଭାବେ ପାଳନ କରାଯାଏ । ଏହି ଅବସରରେ ଭାରତ ରତ୍ନ ଏମ. ବିଶ୍ୱେଶ୍ୱରୈୟାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଜଣେ ଇଞ୍ଜିନିୟର, ଷ୍ଟେଟସମ୍ୟାନ ଏବଂ ସ୍କଲାର ଭାବେ ସେ ରାଷ୍ଟ୍ର ନିର୍ମାଣରେ ଏବଂ ଇଞ୍ଜିନିୟରିଂ କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତାଙ୍କର ଆଦର୍ଶ ଆମର ସମୃଦ୍ଧ ରାଷ୍ଟ୍ର ଗଠନ ପାଇଁ ଆମର ଇଞ୍ଜିନିୟରମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହି ଅବସରରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଏହି ମହାନ ଯନ୍ତ୍ରୀଙ୍କୁ ତାଙ୍କ ଜୟନ୍ତୀ ଅବସରରେ ନମନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଥିବା କାର୍ଯ୍ୟାଳୟରେ ତାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।

ମୁଖ୍ୟମନ୍ତ୍ରୀ ଚୌହ୍ୱାନ ଟ୍ୱିଟ କରି କହିଛନ୍ତି ଯେ, ଶ୍ରୀଯୁକ୍ତ ବିଶ୍ୱେଶ୍ୱରୈୟାଙ୍କ ଜୟନ୍ତୀକୁ ଦୂରା ଦେଶ ଇଞ୍ଜିନିୟର ଦିବସ ଭାବେ ପାଳନ କରୁଛି । ଯେଉଁଠି ଆପଣଙ୍କ ନାମ ଆସୁଛି, ସେଠି ଉପଲବ୍ଧି ଆପେ ଆପେ ଯୋଡି ହୋଇଯାଇଥାଏ । ଆପଣଙ୍କ ସମ୍ପୂର୍ଣ୍ଣ ଜୀବନ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ଅଟେ । ଆପଣଙ୍କ ଚରଣରେ ସାଦର ନମସ୍କାର ।

Show More

Related Articles

Back to top button