Breaking PLUSଓଡ଼ିଶାମୁଖ୍ୟ ଖବର

ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମା

ସ୍ନାନବେଦୀରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୁରତି

ଆଜି ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା । ଭକ୍ତଙ୍କୁ ହାତୀବେଶରେ ଦେଖାଦେବେ କାଳିଆ ସାଆନ୍ତ । ବଡ଼ଦାଣ୍ଡରୁ ଭକ୍ତ ଦେଖି ଚତୁର୍ଦ୍ଧା ମୂରତି। ସ୍ନାନଯାତ୍ରାକୁ ଦୃଷ୍ଟିରେ ରଖି ପୁରୀ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସୁରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୁରୀରେ ୫୨ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୃତୟନ କରାଯାଇଛି । ଖବର ଅନୁଯାୟୀ, ଆଜି ପବିତ୍ର ଜ୍ୟେଷ୍ଠ ମାସର ପବିତ୍ର ପୂର୍ଣ୍ଣମା ତିଥି । ଏହି ଅବସରରେ ମହାପ୍ରଭୁଙ୍କ ଦେବସ୍ନାନ ନୀତି ଅନୁଷ୍ଠିତ ହୋଇଥାଏ । ରତ୍ନବେଦୀ ଛାଡି ସ୍ନାନବେଦୀକୁ ବିଜେ କରିଥାନ୍ତି ଶ୍ରୀଜିଉ । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିଥାନ୍ତି ମହାପ୍ରଭୁ । ତେବେ ଏହି ମହାପର୍ବ ଲାଗି ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଧାଡି ପହଣ୍ଡିରେ ବିଜେ କରୁଛନ୍ତି ଠାକୁର ।

ପ୍ରଥମେ ସୁଦର୍ଶନ, ପରେ ଶ୍ରୀ ବଳଭଦ୍ର ଓ ଦେବୀ ସୁଭଦ୍ରା ଆସିଥାନ୍ତି । ଶେଷରେ ସ୍ନାନବେଦୀକୁ ବିଜେ କରିଥାନ୍ତି ଜଗତର ନାଥ ଶ୍ରୀଜଗନ୍ନାଥ । ସେହିପରି ସ୍ନାନଯାତ୍ରାକୁ ଦୃଷ୍ଟିରେ ରଖି ପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୫୨ପ୍ଲାଟୁନ ପୋଲିସ ଫୋର୍ସ ସହ ୩ କମାଣ୍ଡାଣ୍ଟ, ୧୧ ଅତିରିକ୍ତ ଏସପି, ୨୧ ଡିଏସପି, ୫୦ ଇନ୍ସପେକ୍ଟର, ୨୭୦ ସବ ଇନ୍ସପେକ୍ଟର, ୧ହଜାର କନଷ୍ଟେବଳ ମୁତୟନ ହେବେ। ଶ୍ରୀମନ୍ଦିର ସହ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମାନଙ୍କରେ ୪୦ରୁ ଅଧିକ ସିସିଟିଭି ଲଗାଯାଇଛି । ଏନେଇ ପୋଲିସ ଏଡିଜି ଆଇନ ଶୃଙ୍ଖଳା ଆର.କେ ଶର୍ମାଙ୍କ ସୂଚନା ଦେଇଛନ୍ତି । ସୋମବାର ବସିଥିବା ପୋଲିସର ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ହୋଇଛି ।

Show More

Related Articles

Back to top button