Breaking PLUSଓଡ଼ିଶା

ଆଜି ଚୈତ୍ର ମାସ ପ୍ରଥମ ମଙ୍ଗଳବାର, ତାରାତାରିଣୀ ପୀଠରେ ଭକ୍ତଙ୍କ ଗହଳି

ଆଜି ଚୈତ୍ର ମାସର ପ୍ରଥମ ମଙ୍ଗଳବାର। ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦେବୀପୀଠ ମାଆ ତାରାତାରିଣୀ ପୀଠରେ ଭକ୍ତଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି । ହଜାର ହଜାର ଭକ୍ତ ମାଆଙ୍କ ପୀଠକୁ ଆସି ପୂଜାର୍ଚ୍ଚନା କରିଛନ୍ତି

ମାନସିକଧାରୀ ମନ୍ଦିର ତଳେ ମୁଣ୍ଡନ କରିବା ପରେ ପାହାଡ ଉପରେ ଥିବା ମାଆଙ୍କ ନିକଟକୁ ଯାଇ ପୂଜାର୍ଚ୍ଚନା କରିଛନ୍ତି । ମନ୍ଦିର ଉପର ମାଆଙ୍କ ପୀଠକୁ ଭକ୍ତଙ୍କ ଯିବା ପାଇଁ ପ୍ରଶାସକ ପକ୍ଷରୁ ବସ୍ର ବ୍ୟବସ୍ଥା କରାଯାଇଛି ।କୋଭିଡ୍ କଟକଣା ମଧ୍ୟରେ ମାଆଙ୍କ ନିକଟରେ ଭକ୍ତ ପୂଜାର୍ଚ୍ଚନା କରିଥିବା ବେଳେ ସୁରକ୍ଷା ପାଇଁ ବ୍ୟାପକ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି । ମାନସିକଧାରୀ ଓ ଭକ୍ତ ମାଆଙ୍କୁ ପୂଜାର୍ଚ୍ଚନା କରି ବହୁତ ଖୁସି ଲାଗିଥିବା କହିଛନ୍ତି ।

ଆଜି ପ୍ରାୟ ୫୦ ହଜାରରୁ ଉର୍ଦ୍ଧ ଭକ୍ତଙ୍କ ସମାଗମ ହୋଇଛି । ତେବେ ଗତବର୍ଷ କରୋନାର ପ୍ରକୋପ ଯୋଗୁଁ ମାଆ ତାରାତାରିଣୀ ମନ୍ଦିର ବନ୍ଦ ରଖାଯାଇଥିଲା । ଚଳିତ ବର୍ଷ ମାଆଙ୍କ ଦର୍ଶନ ପାଇଁ ସୁଯୋଗ ମିଳିଥିବାରୁ ରାଜ୍ୟ ବାହାରୁ ମାନସିକଧାରୀଙ୍କ ସୁଅ ଛିଟିଛି ।କୋଭିଡ୍ କଟକଣା ମଧ୍ୟରେ ପୂଜାର୍ଚ୍ଚନା ହୋଇଥିବା ମନ୍ଦିର କର୍ତ୍ତୃପକ୍ଷ କହିଛନ୍ତି । ରୀତିନୀତି ଅନୁସାରେ ମାଆଙ୍କ ପୂଜାର୍ଚ୍ଚନା ହୋଇଛି । ଦୀର୍ଘ ମାସର ବ୍ୟବଧାନ ପରେ ଭକ୍ତ ଓ ମାଆଙ୍କ ମିଳନ ହୋଇଥିବାରୁ ମାଆ ଓ ଭକ୍ତ ଖୁସି ଥିବା କହିଛନ୍ତି ପୂଜକ ।ସେପଟେ ଜିଲ୍ଲାପାଳ ମଧ୍ୟ ମାଆଙ୍କ ନିକଟରେ ପୂଜାର୍ଚ୍ଚନା କରିଥିବା ଦେଖାଯାଇଛି ।

Show More

Related Articles

Back to top button