ଓଡ଼ିଶାକଳା ସଂସ୍କୃତି ଓ ସାହିତ୍ୟପୂଜା ପାର୍ବଣଭକ୍ତିମୁଖ୍ୟ ଖବର

ଆଜି ଶ୍ରୀଜୀଉଙ୍କ ବନକଲାଗି , ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ୍

ଆଜି ଜ୍ୟେଷ୍ଠମାସ ଶୁକ୍ଳ ଅଷ୍ଚମୀ ତିଥିରେ ଶ୍ରୀଜୀଉଙ୍କ ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗମଣ୍ଡପ ପରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ । ଏଥିପାଇଁ ଅପରାହ୍ଣ ସାଢେ ୪ଟାରୁ ରାତି ସାଢେ ୮ଟା ଯାଏଁ ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ବନକଲାଗି ହେଉଛି ମହାପ୍ରଭୁଙ୍କ ଏକ ଗୁପ୍ତ ନୀତି ଅଟେ । ତେଣୁ ଏ ନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।  ।

ଏହି ନୀତି ପାଇଁ ଜୟ ବିଜୟ ଦ୍ୱାର ବନ୍ଦ ରହିବ । ଦ୍ୱିପହର ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ମହାପ୍ରଭୁ ଶ୍ରୀବଳଭଦ୍ର,ଶ୍ରୀଜଗନ୍ନାଥ,ଦେବା ସୁଭଦ୍ରା ଏବଂ ଶ୍ରୀ ସୁଦର୍ଶନଙ୍କ ଶ୍ରୀମୁଖ ଶୃଙ୍ଗାର କରି ବନକଲାଗି କରିବେ । ଏହି ନୀତି ସମ୍ପନ୍ନ ହେବାପରେ ମହାପ୍ରଭୁଙ୍କୁ ମହାସ୍ନାନ କରି ସନ୍ଧ୍ୟା ଧୂପ ଏବଂ ଆଳତି କରାଯିବ । ଏହାପରେ ଭକ୍ତମାନେ ଶ୍ରୀମନ୍ଦିରରେ ପ୍ରବେଶ କରି ଶ୍ରୀଜୀଉଙ୍କୁ ଦର୍ଶନ କରିପାରିବେ ।

Show More

Related Articles

Back to top button