ଓଡ଼ିଶାବ୍ୟକ୍ତିତ୍ୱସ୍ୱତନ୍ତ୍ର
ବର୍ଦ୍ଧମାନ ରାଜକୁମାରଙ୍କ ହାତ ଧରିବେ ଦେବେଶୀ ଦେବୀ
ଆଜି ପୁରୀ ଗଜପତି ମହାରାଜାଙ୍କ ଝିଅ ବାହାଘର

ପୁରୀ : ଆଜି ପୁରୀ ଗଜପତି ମହାରାଜାଙ୍କ ଝିଅ ବାହାଘର । ଦିବ୍ୟସିଂହ ଦେବଙ୍କ କନିଷ୍ଠା କନ୍ୟା ଦେବେଶୀଙ୍କର ହରିୟାଣାସ୍ଥିତ ଗୁରୁଗ୍ରାମର ବର୍ଦ୍ଧମାନ ରାଜପରିବାର ରାଜକୁମାର ଆଦିତ୍ୟଙ୍କ ସହିତ ଭୁବନେଶ୍ୱରସ୍ଥିତ ହୋଟେଲ ମେ’ ଫେୟାରରେ ଅନୁଷ୍ଠିତ ହେବ। କରୋନା କଟକଣା ପାଇଁ ସୀମିତ ସଂଖ୍ୟକ ଅତିଥିଙ୍କୁ ନେଇ ରାଜକୀୟ ରୀତିନୀତି ଅନୁଯାୟୀ ଏହି ବିବାହ ଉତ୍ସବ କରାଯାଉଛି। ଏଥିପାଇଁ ସମସ୍ଥ କାର୍ଯ୍ୟ ସମ୍ପନ୍ନ ହୋଇଛି।
ଏହି ବିବାହରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ଅଧିକାରୀ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଏବଂ ବରିଷ୍ଠ ସେବାୟତ ଯୋଗ ଦେବେ । ସମସ୍ଥଙ୍କ ପାଇଁ ମହାପ୍ରସାଦ ସେବନର ବ୍ୟବସ୍ଥା ହୋଇଛି । ବରପକ୍ଷ ପୁରୀରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ ସହ ପାର୍ଶ୍ୱଦେବାଦେବୀଙ୍କ ଦର୍ଶନ କରିଛନ୍ତି । ବରପକ୍ଷଙ୍କ ରହଣି ପାଇଁ ସ୍ୱତନ୍ତ୍ର ବନ୍ଦୋବସ୍ଥ ମଧ୍ୟ କରାଯାଇଛି ।