Breaking PLUSଓଡ଼ିଶାମୁଖ୍ୟ ଖବର

ଆଜି ଆଗତ ହେବ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍

ଭୁବନେଶ୍ବର : ଚଳିତ ମୌସୁମୀ ଅଧିବେଶନରେ ମଙ୍ଗଳବାର ଗୃହରେ ଅତିରିକ୍ତ ବ୍ୟୟମଞ୍ଜୁରୀ ବିଧେୟକ ଆଗତ ହେବ। ୨୮ହଜାର ୨୦୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ବିଧେୟକ ଉପରେ ଗୃହରେ ସଦସ୍ୟମାନେ ଆଲୋଚନା କରିବାକୁ ଥିବାବେଳେ ଆଜି ହିଁ ବିଧେୟକଟି ଗୃହୀତ ହେବ। ତେବେ ଗତ ତିନିଦିନ ଧରି ଗୃହରେ ଏକ ପ୍ରକାର ଅଚଳାବସ୍ଥା ଦେଖା ଦେଇଥିଲା।

ଗତ ସପ୍ତାହରେ ଅଧିକାଂଶ କାର୍ଯ୍ୟଦିବସରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ଓ ଶାସକ ଦଳ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଯୋଗୁଁ ଗୃହ ଠିକ୍ ଭାବେ ଚାଲି ପାରୁନାହିଁ । ପ୍ରଶ୍ନକାଳ, ଶୂନ୍ୟକାଳ ଓ ମୁଲତବୀ ଆଲୋଚନା ହୋଇପାରୁନାହିଁ। ଅଧିବେଶନ ଶେଷ ହେବାକୁ ଯାଉଥିଲେ ହେଁ ଗୋଟିଏ ବି ମୁଲତବୀ ଆଲୋଚନା ହୋଇପାରି ନାହିଁ।

Show More

Related Articles

Back to top button