Breaking PLUSଓଡ଼ିଶାମୁଖ୍ୟ ଖବର
ଆଜି ପବିତ୍ର ଅକ୍ଷୟ ତୃତୀୟା

ଭୁବନେଶ୍ୱର- ଆଜି ପବିତ୍ର ଅକ୍ଷୟ ତୃତୀୟା । ଓଡ଼ିଶାର କୃଷିପ୍ରଧାନ ସାମାଜିକ, ଆଧ୍ୟାତ୍ମିକ, ସାଂସ୍କୃତିକ ଜୀବନରେ ଅକ୍ଷୟ ତୃତୀୟା ବା ଅକ୍ଷିତୃତୀୟାର ଭୂମିକା ଗୁରୁତ୍ବପୂର୍ଣ୍ଣ। ମାଙ୍ଗଳିକ କାର୍ଯ୍ୟ କରିବା ପାଇଁ ଆଜିର ଦିନ ବିଶେଷ ଶୁଭ ହୋଇଥାଏ ।
ଲୋକେ ଅକ୍ଷୟ ତୃତୀୟାରେ ଗୃହ ପ୍ରବେଶ କରିବା, ନୂତନ ବାହନ କିଣିବା, ସୁନା ଗହଣା କ୍ରୟ ଆଦି କାର୍ଯ୍ୟ କରିଥାନ୍ତି। କୃଷକ ଏହି ଦିନ ଅମୃତ ବେଳାରେ ଅକ୍ଷୀ ମୁଠି ଅନୁକୂଳ କରି କୃଷି କାର୍ଯ୍ୟର ଶୁଭାରମ୍ଭ କରିଥାଏ। ଚାଷୀ ନୂଆ ଧାନ ନେଇ ନିଜ କ୍ଷେତରେ ବୁଣି ହଳ କରିଥାଏ । ଏଥିସହ ଧରିତ୍ରୀ ମାତା ଓ ଭୂମିଜାଙ୍କ ଆର୍ଶୀବାଦ ଭିକ୍ଷା କରିଥାନ୍ତି। ଆଜିର ତିଥିରେ ରଥ ନିର୍ମାଣର ଶୁଭାରମ୍ଭ, ଚନ୍ଦନ ଯାତ୍ରା ଆରମ୍ଭ ହୋଇଥାଏ ।