ଦେଶ ବିଦେଶ

ହିନ୍ଦୀକୁ ବାଧ୍ୟତାମୂଳକ ବିଷୟ କରିବାକୁ ୮ ପୂର୍ବୋତ୍ତର ରାଜ୍ୟଙ୍କ ବିରୋଧ

କହିଲେ ବିକଳ୍ପ ବିଷୟ ହେଲେ ସ୍ୱାଗତ

ପୂର୍ବୋତ୍ତରର ୮ ରାଜ୍ୟଙ୍କ ବିଦ୍ୟାଳୟରେ ହିନ୍ଦୀକୁ ବାଧ୍ୟତାମୂଳକ ଭାଷା କରିବା ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ଆଞ୍ଚଳିକ ସଙ୍ଗଠନମାନେ ବିରୋଧ କରିଛନ୍ତି। ଯେଉଁ ପର୍ଯ୍ୟନ୍ତ ହିନ୍ଦୀ ବିକଳ୍ପ ବିଷୟ ହୋଇ ଅଛି ସେ ପର୍ଯ୍ୟନ୍ତ ଆମେ ସ୍ୱାଗତ କରୁଛୁ। ହେଲେ ବାଧ୍ୟତାମୂଳକ କରାଗଲେ ଏହା ଜୋରଜବରଦସ୍ତି ହେବ ବୋଲି ସଙ୍ଗଠନମାନେ କହିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ୮ ଏପ୍ରିଲ ଶୁକ୍ରବାର ଦିନ ହିନ୍ଦୀକୁ ‘ଭାରତର ଭାଷା’ ବୋଲି କହିଥିଲେ। ଏଣୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ହିନ୍ଦୀକୁ ବାଧ୍ୟତା ମୂଳକ ପଢାଯିବ ବୋଲି କହିବା ପରେ ଏବେ ଏହାକୁ ନେଇ ବିବାଦ ଦେଖା ଦେଇଛି। ଅମିତ ଶାହ କହିଥିଲେ ଯେ ପୂର୍ବୋତ୍ତର ରାଜ୍ୟମାନଙ୍କରେ ହିନ୍ଦୀର ପ୍ରସାର ଲାଗି ବିଭିନ୍ନ ବିଦ୍ୟାଳୟଙ୍କ ନିମନ୍ତେ ୨୨ ହଜାର ଶିକ୍ଷକଙ୍କ ନିଯୁକ୍ତି ସରିଛି। ତେବେ ସଙ୍ଗଠନଙ୍କ ବିରୋଧ ଏକ୍ଷେତ୍ରରେ ନୂଆ ସମସ୍ୟା ସୃଷ୍ଟି କରିବ ବୋଲି ଆକଳନ କରାଗଲାଣି। ନର୍ଥ-ଇଣ୍ଟ ଷ୍ଟୁଡେଣ୍ଟ ଅର୍ଗାନାଇଜେସନର ଅଧ୍ୟକ୍ଷ ସାମୁଏଲ ବି.ଜିରୱା ଆମକୁ ବିକଳ୍ପ ବିଷୟ ଭାବେ ହିନ୍ଦୀକୁ ନେଇ କୌଣସି ଆପତ୍ତି ନଥିବା କହିଛନ୍ତି। ସେହିପରି ଇଂରାଜୀକୁ ସଂଯୁକ୍ତ କରିବା ସ୍ଥାନୀୟ ଭଷା ସହିତ ଶିକ୍ଷାର ଏକ ସର୍ବାଦ୍ରୁତ ମାଧ୍ୟମ। ଏଥିରେ ହିନ୍ଦୀକୁ ଅନିବାର୍ଯ୍ୟ କରାଯିବା ଏହା ଆମ ଉପରେ ଲଦିଦିଆଯିବା ସଦୃଷ ହେବ। ଏଣୁ ପୂର୍ବୋତ୍ତର ରାଜ୍ୟମାନଙ୍କରେ ହିନ୍ଦୀକୁ ବାଧ୍ୟତାମୂଳକ କରା ନଯାଇ ସେଥିଲାଗି ଆମେ ସରକାରମାନଙ୍କ ସହ ଯୋଗାଯୋଗ କରିବୁ ବୋଲି କହିଛନ୍ତି।

ମେଘାଳୟର ନିଲମ୍ବିତ କଂଗ୍ରେସ ବିଧାୟକ ଅମ୍ପାରିନ ଲିଙ୍ଗଦୋହ ଖାସୀ ଓ ଗାରୋ ଭାଷୀ ରାଜ୍ୟମାନେ ହିନ୍ଦୀକୁ କେବେବି ମାନ୍ୟତା ଦେଇପାରିବେନି ବୋଲି କହିଛନ୍ତି। ସେହିପରି ୟଙ୍ଗ ମିଜୋ ଆସୋସିଏସନ ଏ ବାବଦେ କୁବ୍ ଶୀଘ୍ର ବୈଠକ କରିବା ସହ କେନ୍ଦ୍ରକୁ ଜ୍ଞାପନ ପ୍ରଦାନ କରାଯିବ ବୋଲି କହିଛନ୍ତି। ତେବେ ହିନ୍ଦୀକୁ ନିନ୍ଦା କରାଯିବା ଗଣତନ୍ତ୍ର ବିରୋଧୀ, ସମ୍ବିଧାନ ବିରୋଧୀ ଓ ସଂଘୀୟ ଢାଞ୍ଚାର ବିରୋଧ ବୋଲି ଆସାମର କୃଷକ ମୁକ୍ତି ସଂଗ୍ରା ସମିତି କହିଛି।

Show More

Related Articles

Back to top button