Breaking PLUSଓଡ଼ିଶାମୁଖ୍ୟ ଖବର

ଘନିଭୂତ ହେବ ଆଉ ଏକ ଲଘୁଚାପ

ବିଭିନ୍ନ ଜ଼ିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା

ଚଳିତ ମାସରେ ଅର୍ଥାତ ଅକ୍ଟୋବରରେ ଆଣ୍ଡାମାନରେ ଘନିଭୂତ ହେବ ଆଉ ଏକ ଲଘୁଚାପ । ଯାହା ଉତ୍ତର ଆଣ୍ଡମାନ ସମୁଦ୍ରରେ ସୃଷ୍ଟି ହେବା ସହ ଆନ୍ଧ୍ରମୁହାଁ ହେବ । ହେଲେ ଓଡିଶା ଉପରେ ଏହାର ପ୍ରଭାବ ନେଇ ସ୍ପଷ୍ଟତା ଆସିନଥିଲେ ମଧ୍ୟ ଆସନ୍ତା ୩ ଦିନ ଯାଏଁ ରାଜ୍ୟର ବିଭିନ୍ନ ଜ଼ିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୌଣସି ସତର୍କ ସୂଚନା ଜାରି ହୋଇନଥିଲେ ମଧ୍ୟ ବରଗଡ଼,

ଝାରସୁଗୁଡା, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ମାଲକାନଗିରି, ଗଞ୍ଜାମ, ଗଜପତି, କୋରାପୁଟ ଭଳି ଜ଼ିଲ୍ଲା ଗୁଡିକରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ସେହିପରି ବିଗତ ୨୪ ଘଣ୍ଟା ମଧ୍ୟରେ କେନ୍ଦ୍ରାପଡ଼ା ଜ଼ିଲ୍ଲାର ଗରଦପୁର ଠାରେ ସର୍ବାଧିକ ୨୨.୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ବାଲେଶ୍ୱରରେ ୧୮ ମିଲିମିଟର ବର୍ଷା ରେକର୍ଡ ସହ ଆସନ୍ତା ୩ ଦିନ ଯାଏଁ ରାଜ୍ୟର ବିଭିନ୍ନ ଜ଼ିଲ୍ଲାରେ ଘଡଘଡି ସହ ବର୍ଷାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

Show More

Related Articles

Back to top button