Breaking PLUSଦେଶ ବିଦେଶମୁଖ୍ୟ ଖବର

କରୋନା ବୁଷ୍ଟର ଡୋଜ୍ ଦେବାକୁ ଡରୁଛନ୍ତି ଘରୋଇ ହସ୍ପିଟାଲ

ଜାଣନ୍ତୁ ବଡ଼ କାରଣ କ’ଣ?

କୋଭିଡ ଟିକା ବୁଷ୍ଟର ଡୋଜ୍ ସାରା ଦେଶରେ ୧୦ ଏପ୍ରିଲ ରବିବାର ଆରମ୍ଭ ହୋଇଛି। ତେବେ ଏଥିରେ ଦିଲ୍ଲୀର ହସ୍ପିଟାଲମାନେ ଟିକାକରଣ କରୁନଥିବା ଜଣାପଡିଛି। ଏଥିରେ ମାକ୍ସ ଓ ଫୋର୍ଟିସ୍ ହେଲଥ କେୟାର ବୁଷ୍ଟରଡୋଜ କରିବେ କି ନା ସେ ନେଇ ନିଷ୍ପତ୍ତି ମଧ୍ୟ ନେଇ ନାହାନ୍ତି। କାରଣ ଏହି ସବୁ ହସ୍ପିଟାଲମାନେ କୋଭିଡ-୧୯ ଟିକାର ନୂଆ ଦର ନିର୍ମାତାଙ୍କ ଠାରୁ ସ୍ପଷ୍ଟ ହେବାକୁ ଅପେକ୍ଷା କରିଛନ୍ତି। ଏହି ହସ୍ପିଟାଲମାନେ ଯଦି ସେମାନଙ୍କ ପାଖରେ ଉପଲବ୍ଧ ଟିକାକୁ ମହଙ୍ଗା ଦରରେ ବିକନ୍ତି ତେବେ ସେମାନଙ୍କୁ କ୍ଷତିରେ ପଡିବାକୁ ହେବ। କାରଣ ସେମାନେ ପୁରୁଣା ଦରରେ ଟିକା କିଣିଥିଲେ ବୋଲି କହିଛନ୍ତି। ସିରମ ଇନିଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ ଓ ଭାରତ ବାୟୋଟେକ୍ ଶନିବାର ଘରୋଇ ହସ୍ପିଟାଲକୁ ଦିଆଯାଉଥିବା ଟିକା ମୂଲ୍ୟ ହ୍ରାସ କରିଛନ୍ତି। ଏଣୁ ରବିବାର ଟିକାକରଣ କରିବାକୁ ଘୋଷଣା କରିଥିବା ମ୍ୟାକ୍ସ ହେଲଥ କେୟାର ପରେ ନିଷ୍ପତ୍ତି ପ୍ରତ୍ୟାହାର କରିଛନ୍ତି।

ହସ୍ପିଟାଲମାନଙ୍କ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ଟିକାର ନୂଆ ଦର ନେଇ ଭାକ୍ସିନ ନିର୍ମାତାଙ୍କ ସହ ଆଲୋଚନା ଜାରି ରହିଛି। ଫୋର୍ଟିସ ହେଲଥ କେୟାର କହିଛନ୍ତି ଯେ ତାଙ୍କ ନିକଟରେ ପୂର୍ବରୁ ଟିକା ମହଜୁଦ ଅଛି। ଏଥିରେ ନୂଆ ନିବେଶ ଉପରେ ସ୍ପଷ୍ଟିକରଣ ମିଲିଲେ ପୁଣି ଟିକାକରଣ ଆରମ୍ଭ କରିଦିଆଯିବ ବୋଲି କହିଛନ୍ତି। ତେବେ ଏ ବାବଦେ ଏପର୍ଯ୍ୟନ୍ତ କୌଣସି ହସ୍ପିଟାଲକୁ ଭାକ୍ସିନ ନିର୍ମାତା ଅଥବା ପ୍ରଶାସନିକ ସ୍ତରରୁ କୌଣସି ସୂଚନା ଆସି ନଥିବାର କୁହାଯାଉଛି।

Show More

Related Articles

Back to top button