ଦେଶ ବିଦେଶମୁଖ୍ୟ ଖବର

ଦିଲ୍ଲୀକୁ ବିମାନ-ବସ-ଟ୍ରେନ ରେ ଫେରୁଥିବା ଲୋକଙ୍କ କରୋନା ପରୀକ୍ଷା ବାଧ୍ୟତାମୂଳକ

ଦେଶର ରାଜଧାନୀ ଦିଲ୍ଲୀରେ କରୋନା ଗ୍ରାଫ ଉର୍ଦ୍ଧ୍ବଗାମୀ। କରୋନା ମାମଲା ବଢ଼ୁଥିବା ବେଳେ ମୃତ୍ୟୁ ହାର ଜାତୀୟ ହାରଠୁ ଅଧିକ। ଗତ ୨୪ ଘଣ୍ଟାରେ ୩୫ ଜଣଙ୍କ ଜୀବନ ଯାଇଥିବା ବେଳେ ୨୫୮୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେବେ ଦିଲ୍ଲୀରୁ ଫେରିଲେ ଲୋକଙ୍କ କରୋନା ଟେଷ୍ଟ ବାଧ୍ୟତାମୂଳକ କରାଯିବ

ଉତ୍ତରପ୍ରଦେଶ ସରକାର ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଉତ୍ତରପ୍ରଦେଶର ମୁଖ୍ୟ ସଚିବ ଆରକେ ତିଓ୍ବାରୀ କହିଛନ୍ତି, ଦିଲ୍ଲୀରୁ ଫ୍ଲାଇଟ, ଟ୍ରେନ୍‌ ଓ ବସ୍‌ରେ ଲକ୍ଷ୍ନୌ ଫେରୁଥିବା ଲୋକଙ୍କ କରୋନା ଟେଷ୍ଟ କରାଯିବ। ୟୁପିରେ ବି କରୋନା ମାମଲା ବଢ଼ୁଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୫୫୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏବେ ରାଜ୍ୟରେ ୨୩,୮୦୬ କରୋନା ସଂକ୍ରମିତ ଚିକିତ୍ସିତ ହେଉଥିବା ବେଳେ ୧୦,୯୦୨ ଜଣ ହୋମ ଆଇସୋଲେସନ୍‌ରେ ଅଛନ୍ତି।

ସେପଟେ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ୨୩୫୬ ଜଣ କରୋନା ଆକ୍ରାନ୍ତ।ଏହା ସହ ରାଜ୍ୟରେ ଏବେ ସୁଦ୍ଧା ୪,୯୫,୪୧୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସୁସ୍ଥ ହାର ୯୪.୦୪ ପ୍ରତିଶତ ରହିଛି। ତେବେ ନଭେମ୍ବର ମାସରେ ଯାଞ୍ଚ ହେଉଥିବା ନମୂନା ମଧ୍ୟରୁ ୧.୬ ପ୍ରତିଶତ କରୋନା ପଜିଟିଭ୍‌ ଚିହ୍ନଟ ହେଉଥିବା ମୁଖ୍ୟ ସଚିବ କହିଛନ୍ତି। ଦିଲ୍ଲୀରୁ ଫେରୁଥିବା ଲୋକଙ୍କ ଯାଞ୍ଚ କରାଯିବାକୁ ଥିବା ବେଳେ ବିବାହ ଉତ୍ସବରେ କେତେ ଜଣ ଉପସ୍ଥିତ ରହିବେ ସେନେଇ ବିଚାର ଚାଲିଥିବା ଆରକେ ତିଓ୍ବାରୀ କହିଛନ୍ତି।

Show More

Related Articles

Back to top button