Breaking PLUSଦେଶ ବିଦେଶମୁଖ୍ୟ ଖବର

ଟିଏମସି ସାଂସଦ ଅଭିଷେକ ବାନାର୍ଜୀ ଏବଂ ତାଙ୍କ ପତ୍ନୀ ରୁଜିରାଙ୍କୁ ଇଡି ସମନ

ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଜ୍ୱାଇଁ ଏବଂ ଟିଏମସି ସାଂସଦ ଅଭିଷେକ ବାନାର୍ଜୀ ଏବଂ ତାଙ୍କ ପତ୍ନୀ ରୁଜିରାଙ୍କୁ ପଚରାଉଚରା ପାଇଁ ଡାକିଛନ୍ତି। ଉଭୟଙ୍କ ଠାରୁ ବ୍ୟାଙ୍କ ବିବରଣୀ ମଧ୍ୟ ମାଗିଛି ଇଡି। କୋଇଲା ସ୍କାମ ମାମଲାରେ ପଚରାଉଚରା ପାଇଁ ଅଭିଷେକ ବାନାର୍ଜୀଙ୍କୁ ସେପ୍ଟେମ୍ବର 6 ରେ ହାଜର ହେବାକୁ ଇଡି କହିଛନ୍ତି।

ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଜ୍ୱାଇଁ ଏବଂ ଟିଏମସି ସାଂସଦ ଅଭିଷେକ ବାନାର୍ଜୀ ଏବଂ ତାଙ୍କ ପତ୍ନୀ ରୁଜିରାଙ୍କୁ ପଚରାଉଚରା ପାଇଁ ଡାକିଛନ୍ତି। ଉଭୟଙ୍କ ଠାରୁ ବ୍ୟାଙ୍କ ବିବରଣୀ ମଧ୍ୟ ମାଗିଛି ଇଡି। କୋଇଲା ସ୍କାମ ମାମଲାରେ ପଚରାଉଚରା ପାଇଁ ଅଭିଷେକ ବାନାର୍ଜୀଙ୍କୁ ସେପ୍ଟେମ୍ବର 6 ରେ ହାଜର ହେବାକୁ ଇଡି କହିଛନ୍ତି। ତାଙ୍କ ପତ୍ନୀଙ୍କୁ ସେପ୍ଟେମ୍ବର 1 ରେ ହାଜର ହେବାକୁ କୁହାଯାଇଛି। ଏହି ଦୁଇଜଣଙ୍କ ବ୍ୟତୀତ ଅନ୍ୟ ତିନି ଜଣଙ୍କୁ ମଧ୍ୟ ସମନ ଜାରି କରାଯାଇଛି । ଅଭିଷେକ ବାନାର୍ଜୀ ଏବଂ ତାଙ୍କ ପତ୍ନୀ ରୁଜିରା ଙ୍କ ଉପରେ ଅଭିଯୋଗ ରହିଛି ଯେ, ସେମାନେ ନିଜ କମ୍ପାନୀରେ ଏମିତି କିଛି କମ୍ପାନୀ ଓ ତା ସହ ଜଡିତ ଲୋକଙ୍କୁ ଫଣ୍ଡ ଟ୍ରାନ୍ସଫର କରିଛନ୍ତି, ଯେଉଁମାନେ କୋଇଲା ଘୋଟାଲାରେ ସାମିଲ ରହିଛନ୍ତି । ପାଣ୍ଠି ବଦଳରେ ସେହି କମ୍ପାନୀଗୁଡିକ ସହିତ ଚୁକ୍ତିନାମା ହୋଇଥିବା ଅଭିଯୋଗ ମଧ୍ୟ ରହିଛି। ଅଭିଷେକଙ୍କ ପିତା ଅମିତ ବାନାର୍ଜୀ ମଧ୍ୟ ସେମାନଙ୍କ ମଧ୍ୟରୁ ଗୋଟିଏ କମ୍ପାନୀରେ ନିର୍ଦ୍ଦେଶକ । କୋଇଲା ଦୁର୍ନୀତିର ତଦନ୍ତ କରୁଛି ସିବିଆଇ।

Show More

Related Articles

Back to top button