ସେପ୍ଟେମ୍ବର ୩୦ ଯାଏଁ ବଢିଲା ପାନ୍ ଓ ଆଧାର କାର୍ଡ ଲିଙ୍କ୍ ଅବଧି
କେନ୍ଦ୍ର ସରକାର ପାନ କାର୍ଡ ଓ ଆଧାର କାର୍ଡ ଲିଙ୍କ କରାଇବା ତାରିଖ ୨୦୨୧ ସେପ୍ଟେମ୍ବର ୩୦ ଯାଏଁ ବୃଦ୍ଧି କରିଛନ୍ତି

କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଶୁକ୍ରବାର ଦିନ ଏନେଇ ସୂଚନା ଦେଇଛନ୍ତି। ପୂର୍ବରୁ ଏଥିପାଇଁ ଶେଷ ତାରିଖ ଜୁନ ୩୦ ଯାଏଁ ଥିଲା। ଯେଉଁମାନେ ଏବେ ସୁଦ୍ଧା ପାନ ଓ ଆଧାର କାର୍ଡ ଲିଙ୍କ କରି ନାହାନ୍ତି ସେମାନଙ୍କ ପାଇଁ ସରକାରଙ୍କ ଏହି ପଦକ୍ଷେପ ଆଶ୍ବସ୍ତି ଭରା। ପାନ କାର୍ଡକୁ ଆଧାର କାର୍ଡ ସହ ଲିଙ୍କ କରିବା ବହୁତ ସରଳ। ଆପଣ ଘରେ ବସି ଇଣ୍ଟରନେଟରେ ନିଜେ ମଧ୍ୟ ଲିଙ୍କ କରିବେ।
ଏହି ଉପାୟରେ ଘରେ ବସି କରନ୍ତୁ ଲିଙ୍କ…
୧. ପ୍ରଥମେ ଆୟକର ବିଭାଗ ଅଫିସିଆଲ ୱେବସାଇଟ https://incometaxindiaefiling.gov.in କୁ ଯାଆନ୍ତୁ |
୨. ଏହି ସାଇଟରେ କ୍ଲିକ କଲାପରେ ଆପଣ ସିଧା ହୋମ ପେଜକୁ ଯିବେ।
୩. ବାମ ସାଇଟରେ ଲିଙ୍କ ଆଧାର ବିକଳ୍ପ ରହିଛି। ଏହି ବିକଳ୍ପ ଚୟନ କରିବେ।
୪. ଏହି ବିକଳ୍ପ କ୍ଲିକ କଲାପରେ ଏକ ୱିଣ୍ଡୋ ଖୋଲିବ। ଏଥିରେ ଆପଣ ନିଜର ସବୁ ତଥ୍ୟ ଦେବେ।
୫. ବର୍ତ୍ତମାନ ନିର୍ଦ୍ଧାରିତ ସ୍ଥାନରେ ପାନ ନମ୍ବର, ଆଧାର ନମ୍ବର ସମେତ ଅନ୍ୟ ତଥ୍ୟ ଭର୍ତ୍ତି କରିବେ। ଏହାପରେ କ୍ୟାପ୍ଚା କୋଡ୍ ଦେବେ।
୬. ଶେଷରେ ଲିଙ୍କ ଆଧାରରେ କ୍ଲିକ କରିବେ। କ୍ଲିକ କଲାପରେ ପାନ ଓ ଆଧାର ଲିଙ୍କ ହୋଇଯିବ।
୭. ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି ଯେ ଆପଣଙ୍କ ପାନ ଓ ଆଧାର ଲିଙ୍କ ହୋଇଛି ନା ନାହିଁ, ତାହେଲେ ଏହି ଉପାୟ ଫଲୋ କରିପାରିବେ। ଯଦି ଆପଣଙ୍କର ପାନ ଓ ଆଧାର ଆଗରୁ ଲିଙ୍କ ହୋଇଥିବ ତାହେଲେ ତାର ମେସେଜ ସ୍କ୍ରିନରେ ଆସିବ।
ଯଦି ଆପଣଙ୍କ ପାଖରେ ସ୍ମାର୍ଟଫୋନ କିମ୍ବା ଲାପଟପ ନାହିଁ ତାହେଲେ ଏସଏମଏସ ଦ୍ୱାରା ମଧ୍ୟ ପାନ ଆଧାର ଲିଙ୍କ କରିପାରିବେ। ଏଥିପାଇଁ ଆପଣଙ୍କୁ ନିଜର ପଞ୍ଜିକୃତ ମୋବାଇଲ ନମ୍ବରରୁ UIDPAN <୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବର> <୧୦ ଅଙ୍କ ବିଶିଷ୍ଟ ପାନ ନମ୍ବର> ଟାଇପ କରି 567678 କିମ୍ବା 561561 ନମ୍ବରରେ ଏସଏମଏସ ପଠାଇବାକୁ ହେବ। ଏହାପରେ ମେସେହ ଜରିଆରେ ଆପଣଙ୍କ ପାଖକୁ ଲିଙ୍କ ହୋଇଥିବ ସୂଚନା ଆସିବ।