Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ସକାଳ ୧୧ଟା ସୁଦ୍ଧା ୨୦ ପ୍ରତିଶତ ପୋଲିଂ

ସୁରୁଖୁରୁରେ ଚାଲିଛି ମତଦାନ

ଜାରି ରହିଛି ପୌର ଭୋଟ । ସକାଳ ୧୧ଟା ସୁଦ୍ଧା ୨୦ ପ୍ରତିଶତ ପୋଲିଂ ହୋଇଛି । ବେଶ୍‌ ସୁରୁଖୁରୁ ଓ ଶାନ୍ତିଶୃଙ୍ଖଳା ସହ ଭୋଟଦାନ ଜାରି ରହିଛି । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ, ରାଜ୍ୟର ୪୭ଟି ମ୍ୟୁନିସପାଲଟି, ୫୯ଟି ଏନ୍ ଏସି ଏବଂ ୩ଟି ମହାନଗର ନିଗମ ପାଇଁ ଚାଲିଛି ଭୋଟ୍ ଗ୍ରହଣ।

କାଉନସିଲର/କର୍ପୋରେଟର ଏବଂ ପୌରାଧ୍ୟକ୍ଷ/ମେୟର ପଦବି ପାଇଁ ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟିଂ ଚାଲିଛି । ନିର୍ବାଚନ ମଇଦାନରେ ୬ହଜାର ୪୧୧ ଜଣ ପ୍ରାର୍ଥୀ ଥିବାବେଳେ ମତଦାତା ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍ ଦେବେ। ଏଥର ମ୍ୟୁନିସପାଲଟି ଓ ଏନ୍ ଏସିର ୧ହଜାର ୬୭୨ଟି ୱାର୍ଡ ଏବଂ ୩ଟି ମହାନଗର ନିଗମର ୧୬୫ଟି ୱାର୍ଡରେ ନିର୍ବାଚନ ହେଉଛି ।

Show More

Related Articles

Back to top button