ଓଡ଼ିଶାମୁଖ୍ୟ ଖବର

ସାରା ରାଜ୍ୟରେ ଆସନ୍ତା ୯ ଯାଏଁ ଲାଗି ରହିବ ଶୀତ ଲହରୀ

ଆଜି ୭ ଜିଲ୍ଲାକୁ ଥରାଇବ

ରାଜ୍ୟରେ ପୁଣି ବଢ଼ିବ ଶୀତ । ଆହୁରି ଥରିବ ଓଡିଶା । ୭ରୁ ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର କେତେକ ଅଞ୍ଚଳରେ ଶୀତ ଲହରୀ ଜାରି ରହିବ । ଆସନ୍ତା ଦୁଇଦିନ ଭିତରେ ରାତି ତାପମାତ୍ରା ୩-୪ ଡିଗ୍ରୀ କମିବ ବୋଲି କହିଛି ପାଣିପାଗ ବିଭାଗ ।ରବିବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ଶୀତ ଲହରୀ ସମ୍ଭାବନା ଅଛି । ୮ରେ ଶୀତ ଆହୁରି ବଢ଼ିପାରେ ।

ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ସମ୍ବଲପୁର, ବରଗଡ଼, ଅନୁଗୁଳ, ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ନବରଙ୍ଗପୁର, ବାଲେଶ୍ୱର, ଭଦ୍ରକ, ସୋନପୁରରେ ଶୀତ ଲହରୀ ଲାଗି ରହିବ ।ସେହିପରି ୯ ତାରିଖରେ ମଧ୍ୟ ଥଣ୍ଡା ପ୍ରକୋପ ଜାରି ରହିବ । ୧୦ରୁ ଧିରେଧିରେ ଶୀତ କମିବ । ରାତି ଓ ଦିନ ତାପମାତ୍ରା ବଢ଼ିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ ।

Show More

Related Articles

Back to top button