Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବୃଦ୍ଧି ପାଇବ ତାପମାତ୍ରା

୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଗାମୀ ୧ ତାରିଖ ପର୍ଯ୍ୟନ୍ତ ସ୍ୱଭାଵିକ ତାପମାତ୍ରାଠାରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ୩ ରୁ ୫ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ତାପମାତ୍ରା ରହିବ । ଅନେକ ସ୍ଥାନରେ ୪୦ ଡିଗ୍ରୀ କିମ୍ବା ତାଠୁ ଅଧିକ ତାପମାତ୍ରା ରେକର୍ଡ ହୋଇପାରେ । ଉପକୂଳ ଓଡିଶାରେ ୨ ରୁ ୩ ଡିଗ୍ରୀ ତାପମାତ୍ରା ବଢ଼ିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଯାହାଫଳରେ ଏବେ ଯାହା ତାପମାତ୍ରା ରହିଛି ତାଠୁ ୨ ରୁ ୩ ଡିଗ୍ରୀ କମିବ। ଆଜି ଏବଂ ଆସନ୍ତାକାଲି ପାଇଁ ୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ମୟୁରଭଞ୍ଜ, କେନ୍ଦୁଝର, ଦେବଗଡ଼, ସୁନ୍ଦରଗଡ଼ ,ବରଗଡ଼, ସମ୍ବଲପୁର, ଅନୁଗୁଳ, ସୋନପୁର, ବୌଦ୍ଧ ଓ ବଲାଙ୍ଗୀରରେ ୨୮ ଏବଂ ୨୯ ତାରିଖରେ ଅଧିକ ତାପମାତ୍ରା ରହିବ ।

୩୦ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ସୋନପୁର, ସମ୍ବଲପୁର, ବୌଦ୍ଧ ଓ ବଲାଙ୍ଗୀର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ପାଗରେ ବିଶେଷ ପରିବର୍ତ୍ତନ ନଥିବା ବେଳେ ୧ ତାରିଖ ପରେ କାଳ ବୈଶାଖୀ ହେବାର ସମ୍ଭାବନା ରହିଛି। ଆସନ୍ତା ୧ ଓ ୨ ତାରିଖରେ ତାପମାତ୍ରା ବଢ଼ିବାର ସେପରି ସମ୍ଭାବନା ନାହିଁ। ଅନ୍ୟପଟେ ୨ ଓ ୩ ତାରିଖରେ ହାଲକାରୁ ମଧ୍ୟମ ଧରଣର ବର୍ଷା ଘଡଘଡି ହୋଇପାରେ । ଏନେଇ ଉପକୂଳ ଓଡିଶାର ବିଭିନ୍ନ ଜିଲ୍ଲାକୁ ୟେଲୋ ୱର୍ଣ୍ଣିଂ ଜାରି କରାଯାଇଛି ।

Show More

Related Articles

Back to top button