ଦେଶ ବିଦେଶବାଣିଜ୍ୟ

ଜାନୁଆରୀ ୭ ତାରିଖ ଯାଏଁ ବ୍ରିଟେନ୍‌କୁ ସମସ୍ତ ବିମାନ ସେବା ବନ୍ଦ

ସାରାବିଶ୍ୱରେ କୋଭିଡ-୧୯ ମହାମାରୀ ପରେ ବ୍ରିଟେନ୍‌ରୁ ସୃଷ୍ଟି ହୋଇଥିବା କରୋନାର ନୂଆ ଷ୍ଟ୍ରେନ୍‌ ସୃଷ୍ଟି କରିଛି ଭୟ । ବ୍ରିଟେନରୁ ଆସିଥିବା ନୂଆ କରୋନା ଷ୍ଟ୍ରେନ୍ ଆକ୍ରାନ୍ତଙ୍କ ସଂଖ୍ୟା ଭାରତରେ ବଢ଼ିବାରେ ଲାଗିଛି।

ଏ ପର୍ଯ୍ୟନ୍ତ ବ୍ରିଟେନରୁ ଫେରିଥିବା ୨୦ ଜଣଙ୍କ ଠାରେ ନୂଆ କରୋନା ଷ୍ଟ୍ରେନ୍ ଚିହ୍ନଟ ହେଲାଣି। ଯାହାକୁ ଦୃଷ୍ଟିରେ ରଖି ଜାନୁଆରି ୭ ତାରିଖ ଯାଏଁ ୟୁକେକୁ ବିମାନ ସେବା ବନ୍ଦ କରାଯାଇଛି । ୟୁକେକୁ ବିମାନ କିମ୍ବା ୟୁକେରୁ ଭାରତ ଉଡିବନି କୌଣସି ବିମାନ । ୟୁକେର ନୂଆ ଷ୍ଟ୍ରେନ୍ ଚିହ୍ନଟ ପରେ ଏପରି ନିଷ୍ପତ୍ତି ନେଇଛନ୍ତି ସରକାର ।କେନ୍ଦ୍ରୀୟ ମନ୍ତ୍ରୀ ହରଦୀପ ପୁରୀ ଟ୍ୱିଟ୍‌ କରି କହିଛନ୍ତି ଯେ, ଭାରତ ଓ ବ୍ରିଟେନ୍ ମଧ୍ୟରେ ଆଉ କିଛି ସମୟ ପାଇଁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତିକୁ ଅସ୍ଥାୟୀ ଭାବେ ୭ ଜାନୁଆରୀ ୨୦୨୧ ପର୍ଯ୍ୟନ୍ତ ବଳବତ୍ତର ରହିବ । ଆଗାମୀ ଦିନରେ ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ । ଯାହାକୁ ଖୁବ୍‌ଶୀଘ୍ର ଜଣାଇଦିଆଯିବ । ବ୍ରିଟେନ୍‌ରେ ଦେଖାଦେଇଥିବା କରୋନାର ନୂଆ ଷ୍ଟ୍ରେନ୍‌ର ମାମଲା ଭାରତ ବଢିବାରରେ ଦେଖାଦେଇଛି । ବର୍ତ୍ତମାନ ଯାଏଁ ୨୦ ବ୍ରିଟେନ୍‌ ଫେରନ୍ତା କରୋନାର ନୂଆ ଷ୍ଟ୍ରେନ୍‌ରେ ଆକ୍ରାନ୍ତ ହୋଇଛନ୍ତି । ଗତକାଲି ୬ ଜଣ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ କିଛି ଲୋକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଯାହାକୁ ମିଶାଇ ଏହି ସଂଖ୍ୟା ୨୦ରେ ପହଞ୍ଚିଛି ।କେନ୍ଦ୍ର ସରକାର ୨୫ ନଭେମ୍ବରରୁ ୨୩ ଡିସେମ୍ବର ପର୍ଯ୍ୟନ୍ତ ଯେଉଁମାନେ ବ୍ରିଟେନ୍‌ରୁ ଭାରତ ଫେରିଛନ୍ତି । ସମସ୍ତଙ୍କ ଆରଟି-ପିସିଆର୍‌ ଟେଷ୍ଟ କରିବାକୁ ପାଇଁ ନିଷ୍ପତ୍ତି ନିଆଯାଇଛି । ପଜିଟିଭ୍‌ ଆସିବା ପରେ ତାଙ୍କ ଜିନୋମ ସିକ୍ୟୁଏସିଙ୍ଗ କରାଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଟେଷ୍ଟରେ ସେମାନେ କରୋନାର ନୂଆ ଷ୍ଟ୍ରେନ୍‌ରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ ସ୍ପଷ୍ଟ ହେବ । ଏପିରିକ ଡେନମାର୍କ, ନେଦରଲ୍ୟାଣ୍ଡ, ଅଷ୍ଟ୍ରେଲିଆ, ଇଟାଲି,ସ୍ୱୀଡେନ, ଫ୍ରାନ୍ସ, ସ୍ୱିଜରଲ୍ୟାଣ୍ଡ, ଜର୍ମାନୀ, କାନାଡ଼ା, ଜାପାନ, ଲେବନାମ, ସିଙ୍ଗାପୁରରୁ ନୂଆ ଷ୍ଟ୍ରେନ୍‌ ଚିହ୍ନଟ ହେଉଥିବା ଖବର ଆସିଛି ।

Show More

Related Articles

Back to top button