Breaking PLUSଦେଶ ବିଦେଶମୁଖ୍ୟ ଖବରରାଜନୀତି

୨୦୨୪ ପର୍ଯ୍ୟନ୍ତ କଂଗ୍ରେସର ଅଧ୍ୟକ୍ଷ ରହିବେ ସୋନିଆ ଗାନ୍ଧୀ !

ଗେହଲଟ୍‌ଙ୍କୁ ନେଇ ଚର୍ଚ୍ଚା ମଧ୍ୟରେ ନେତାଙ୍କ ବିଶେଷ ଅପିଲ୍

କଂଗ୍ରେସ ପାର୍ଟିର ଅଧ୍ୟକ୍ଷ ପଦ ଲାଗି ନିର୍ବାଚନର କାଉଣ୍ଟ ଡାଉନ୍ ଆରମ୍ଭ ହୋଇ ଯାଇଛି। ମାତ୍ର ଏ ପର୍ଯ୍ୟନ୍ତ କୌଣସି ଚେହେରା ସାମ୍ନାକୁ ଆସି ନାହାନ୍ତି। ରାହୁଲ ଗାନ୍ଧୀଙ୍କ ନାମ ଉପରେ ସବୁଠୁ ଅଧିକ ଚର୍ଚ୍ଚା ହେଉଛି। ହେଲେ ଅଧିକାଂଶ ପାର୍ଟି ନେତା ରାହୁଲଙ୍କୁ ଦଳର ଅଧ୍ୟକ୍ଷ କରାଯିବା ଉଚିତ୍ ବୋଲି ଦାବି କରୁଛନ୍ତି। କିନ୍ତୁ ରାହୁଲ ଅଧ୍ୟକ୍ଷ ପଦ ନେଇ ଅନିଚ୍ଛା ପ୍ରକାଶ କରିଛନ୍ତି। କଂଗ୍ରେସ ସୂତ୍ର ଅନୁଯାୟୀ, ପାର୍ଟିର ବରିଷ୍ଠ ନେତାମାନେ ସୋନିଆ ଗାନ୍ଧୀଙ୍କୁ ୨୦୨୪ ପର୍ଯ୍ୟନ୍ତ ଦଳର ଅଧ୍ୟକ୍ଷ ପଦରେ ରହିବାକୁ ଅପିଲ୍ କରିଛନ୍ତି। ନେତାମାନଙ୍କ କହିବା କଥା ଗାନ୍ଧୀ ପରିବାର ବ୍ୟତୀତ କେହି ବି ପାର୍ଟିକୁ ଏକଜୁଟ୍ ରଖି ପାରିବ ନାହିଁ। ଏମିତି ନହେଲେ ପାର୍ଟି ଭାଙ୍ଗି ଯାଇପାରେ। ଏପରିକି ପ୍ରିୟଙ୍କା ଗାନ୍ଧୀଙ୍କୁ ୨୦୨୪ ପରେ ଅଧ୍ୟକ୍ଷ ଦାୟିତ୍ଵ ଦିଆଯାଉ ବୋଲି ନେତା କହିଛନ୍ତି।

ଏହା ମଧ୍ୟରେ କଂଗ୍ରେସର ଅଧ୍ୟକ୍ଷ ପଦ ନାମରେ ସୋନିଆ ଗାନ୍ଧୀ ଅଶୋକ ଗେହଲଟଙ୍କ ନାମ ପ୍ରସ୍ତାବ ଦେଇଛନ୍ତି। ତାଙ୍କ କହିବା କଥା ଯଦି ଗାନ୍ଧୀ ପରିବାରରୁ କେହି ଅଧ୍ୟକ୍ଷ ହେଉ ନାହାନ୍ତି ତେବେ ଅଶୋକ ଗେହଲଟଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ କରାଯିବା ଉଚିତ୍। ଅନ୍ୟପଟେ ଚିକିତ୍ସା ପାଇଁ ସୋନିଆ ଗାନ୍ଧୀ ପୁଅ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ସହ ବିଦେଶ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଆଗାମୀ କିଛି ଦିନରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନର କାର୍ଯ୍ୟସୂଚୀ ଘୋଷଣା ହେବାକୁ ଯାଉଛି। ଏହାକୁ ନେଇ ଅଗଷ୍ଟ ୨୮ରେ ଗୁରୁତ୍ଵପୂର୍ଣ୍ଣ ବୈଠକ ହେବାକୁ ଯାଉଛି।

Show More

Related Articles

Back to top button