Breaking PLUSଓଡ଼ିଶାମୁଖ୍ୟ ଖବର

ନୂଆପଡାରେ ବାଘ ଆତଙ୍କ, ମହିଳାଙ୍କୁ ବନାଇଲା ଶିକାର

ଭୁବନେଶ୍ୱର,୪ ନଭେମ୍ବର – ନୂଆପଡାରେ ପୁଣି ବାଘ ଆତଙ୍କ । ନାବାଳକ, ଗାଈ ପରେ ଏବେ ମହିଳାଙ୍କୁ ଶିକାର ବନାଇଛି ବାଘ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।
ଏଠାରେ ସୂଚନାଯୋଗ୍ୟ, ନୂଆପଡା ଧରମବନ୍ଧା ସେକ୍ସନ ସିଲେରିବାହାରା ଗାଁରେ ଜଣେ ମହିଳାଙ୍କୁ ମାରି ଖାଇଛି ବାଘ । ମୃତ ମହିଳା ଜଣକ ହେଲେ ରାମେଶ୍ୱର ମାଝି । ଗତକାଲି ସନ୍ଧ୍ୟାରୁ ସେ ନିଖୋଜ ଥିଲେ । ଶୌଚ ପାଇଁ ଯାଇଥିବା ବେଳେ ଆଉ ଘରକୁ ଫେରିନଥିଲେ । ତେବେ ଆଜି ପରିବାର ଲୋକେ ଓ ଗ୍ରାମବାସୀ ମହିଳାଙ୍କୁ ଖୋଜୁଥିବା ବେଳେ ବାଘ ଖାଉଥିବାର ଦେଖିବାକୁ ପାଇଥିଲେ । ଗ୍ରାମବାସୀ ବାଘକୁ ଘଉଡାଇବାକୁ ଉଦ୍ୟମ କରୁଥିଲେ ମଧ୍ୟ ବାଘ ସେମାନଙ୍କୁ ଗୋଡାଇ ଥିବା ସୂଚନା ମଳିଛି । କିଛିଦିନ ହେବ ନୂଆପଡାରେ ବାଘ ଆତଙ୍କ ଖେଳାଇ ରଖିଛି ।

Show More

Related Articles

Back to top button