Breaking PLUSଦେଶ ବିଦେଶମୁଖ୍ୟ ଖବର

ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଗାଡ଼ି ଉପରକୁ ପଥର ମାଡ଼

ପାଟନା : ବିହାରର ରାଜଧାନୀ ପାଟନାରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଗାଡ଼ି ଉପରକୁ ପଥର ମାଡ଼ କରାଯାଇଛି। ଏହି ପଥର ମାଡ଼ରେ ଗାଡିର ଗ୍ଲାସ ଭାଙ୍ଗିଯାଇଛି। କିନ୍ତୁ ପଥର ଫିଙ୍ଗିବା ସମୟରେ ମୁଖ୍ୟମନ୍ତ୍ରୀ କାର୍‌ରେ ନ ଥିଲେ। ଏହି ଘଟଣା ସମ୍ପର୍କରେ ଅଧିକାରୀମାନେ କହିଛନ୍ତି, ଏହି ଘଟଣା ପାଟନା ଜିଲ୍ଲାର ଗୌରୀଚକ ପୋଲିସ ଷ୍ଟେସନର ସୋହଗି ଗ୍ରାମରେ ଘଟିଛି। ଏଠାରେ କିଛି ଅଜ୍ଞାତ ବ୍ୟକ୍ତି ତାଙ୍କ ଗାଡିରେ ପଥର ଫିଙ୍ଗିଥିଲେ। ଏହି ଗାଡ଼ିରେ କେବଳ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କର୍ମୀ ହିଁ ଥିଲେ।

Show More

Related Articles

Back to top button