ଦୁର୍ଘଟଣାଦେଶମୁଖ୍ୟ ଖବର

ବିଦ୍ୟୁତ୍ ଆଘାତରେ ଚାଲିଗଲା ଗୋଟିଏ ପରିବାରର ତିନିଜଣଙ୍କ ଜୀବନ

ବୌଦ୍ଧ : ବିଦ୍ୟୁତ୍ ଆଘାତରେ ଚାଲିଗଲା ଗୋଟିଏ ପରିବାରର ୩ ଜଣଙ୍କର ଜୀବନ। ଆଜି ବିଜୟାଦଶମୀରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଜବଲପୁର ଗାଁରେ। ମୃତକମାନେ ହେଲେ ସୁକାନ୍ତି ବେହେରା, ତାଙ୍କ ପୁଅ ସୋହନ ବେହେରା ଓ  ଦିଅର ସୁଶୀଲ ବେହେରା। ଆଜି ସକାଳେ ସୁକାନ୍ତି ନିଜ ଘର ଆଗରେ ଟଣା ଯାଇଥିବା ତାରରେ ଲୁଗା ଶୁଖାଉଥିଲେ। ଉକ୍ତ ତାରଟି ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିବାରୁ ସେଥିରେ ସେ ଲାଗିଯାଇଥିଲେ। ସୁକାନ୍ତିଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ଦିଅର ସୁଶୀଲ ସେଠାରେ ପହଞ୍ଚି ଥିଲେ। ସେ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ ଓ ତାରରେ ଲାଗିଯାଇଥିଲେ। ପରେ ସୁକାନ୍ତିଙ୍କ ପୁଅ ସୋହନ ସେମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ସେ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ। ପରେ ଗ୍ରାମବାସୀ ବିଦ୍ୟୁତ କାଟି ସମସ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁ ଘଟିବା ପରେ ଗାଁରେ ଶୋକର ଛାୟାର ଖେଳିଯାଇଛି।

Show More

Related Articles

Back to top button