Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ତିନି ଦିନ ହାଲୁକା ବର୍ଷା

ଭୁବନେଶ୍ବର: ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ହାଲୁକା ବର୍ଷା ହେବ। ୨୯ ତାରିଖରୁ ପାଗ ଶୁଖିଲା ରହିବ। ତେବେ ଆସନ୍ତା ୪-୫ ଦିନ ଯାଏ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଗତ କିଛି ଦିନ ହେଲା ରାଜ୍ୟରେ ପ୍ରବଳ ଖରା ହେଉଥିବା ବେଳେ ବିଭିନ୍ନ ସ୍ଥାନରେ ତାପମାତ୍ରା ହ୍ରାସ ପାଇଛି। ଶନିବାର ଟିଟିଲାଗଡ଼ ଓ ମାଲକାନଗିରିରେ ସର୍ବାଧିକ ୩୫ ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି। ପାରଳାଖେମୁଣ୍ଡି ଓ ଭବାନୀପାଟଣାରେ ୩୪.୮ ଡିଗ୍ରୀ ଲେଖାଏଁ, ନୂଆପଡ଼ାରେ ୩୪.୪ ଡିଗ୍ରୀ, ରାୟଗଡ଼ା ୩୪ ଡିଗ୍ରୀ, ଭୁବନେଶ୍ବରରେ ୨୯.୭ ଏବଂ କଟକରେ ୨୯.୫ ଡିଗ୍ରୀ ସର୍ବାଧିକ ତାପମାତ୍ରା ରେକର୍ଡ଼ ହୋଇଛି। ସେହିପରି ଗତ ୨୪ ଘଣ୍ଟାରେ ଭୁବନେଶ୍ବର ସମେତ ରାଜ୍ୟରେ ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହୋଇଛି। ଗୋପାଳପୁରରେ ୧୦.୧ ମି.ମି., ହୀରାକୁଦରେ ୧୦ ମି.ମି., ସମ୍ବଲପୁରରେ ୫ ମି.ମି., ଗଜପତିର ମହେନ୍ଦ୍ରଗିରିରେ ୬.୬ ମି.ମି., ପୁରୀରେ ୬.୨ ମି.ମି., ବଡ଼ମୂଳରେ ୬.୨ ମି.ମି., ପୋଲସରାରେ ୫.୨ ମି.ମି., କୃଷ୍ଣପ୍ରସାଦ ଓ ସତ୍ୟବାଦୀରେ ୫ ମି.ମି. ଲେଖାଏଁ, ରଣପୁରରେ ୪.୨ମି.ମି., ଗୋପରେ ୪ ମି.ମି. ବର୍ଷା ରେକର୍ଡ଼ ହୋଇଛି।

Show More

Related Articles

Back to top button