Breaking PLUSଦେଶମୁଖ୍ୟ ଖବର
ତିହାର ଜେଲରେ ବୋମାରେ ଉଡାଇଦେବାକୁ ଧମକ

ନୂଆଦିଲ୍ଲୀ- ଦିଲ୍ଲୀର ତିହାର ଜେଲ୍କୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି। ମଙ୍ଗଳବାର ଏକ ଇମେଲ ମାଧ୍ୟମରେ ଏହି ଧମକ ମିଳିବା ପରେ ଜେଲ ପ୍ରଶାସନ ପକ୍ଷରୁ ଦିଲ୍ଲୀ ପୋଲିସକୁ ସୂଚନା ଦିଆଯାଇଥିଲା। ଏହାକୁ ନେଇ ପୋଲିସ ଆଲର୍ଟରେ ରହିଛି। ଏପରିକି ଜେଲ ପରିସରରେ ଡଗ୍ ସ୍କ୍ବାର୍ଡକୁ ନେଇ ସର୍ଚ୍ଚ ଅପରେଶନ ଚଳାଉଛି। ସେହିଭଳି ଜେଲ୍କୁ ଆସୁଥିବା ଏବଂ ଯାଉଥିବା ଲୋକଙ୍କ ଉପରେ ରୋକ ଲଗାଯାଇଛି।
ତିହାର ଜେଲ୍କୁ ମିଳିଥିବା ଧମକପୂର୍ଣ୍ଣ ଇମେଲ୍ରେ ଲେଖାଯାଇଛି ଯେ, ମୁଁ ଆପଣଙ୍କ ବଙ୍ଗଳା ଭିତରେ ବୋମା ରଖିଛି। ଏସବୁ ବୋମା କିଛି ଘଣ୍ଟାରେ ବିସ୍ଫୋରଣ ହେବ। ଏହା ମାମୁଲି ଧମକ ବୋଲି ଭାବିବ ନାହିଁ। ବୋମା ନିଷ୍କ୍ରିୟ କରିବା ଲାଗି ଆପଣଙ୍କ ପାଖରେ କିଛି ଘଣ୍ଟା ରହିଛି। ନହେଲେ ଜେଲ ଭିତରେ ଥିବା ନିର୍ଦ୍ଦୋଶ ଲୋକ ପ୍ରାଣ ହରାଇବେ।