Breaking PLUSଖେଳଦେଶ ବିଦେଶମୁଖ୍ୟ ଖବର

କରୋନା ପାଇଁ ସ୍ଥଗିତ ରହିଲା ଚଳିତବର୍ଷର ଏସିଆ କପ୍‌ ଟି-ଟ୍ୱେଣ୍ଟି କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ

କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀଲଙ୍କାରେ ଆୟୋଜିତ ହେବାକୁ ଥିବା ଆସନ୍ତା ଏସିଆ କପ୍‌ ଟି-ଟ୍ୱେଣ୍ଟି କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖାଯାଇଛି । ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ଼ର ମୁଖ୍ୟ କାର୍ଯ୍ୟନିର୍ବାହୀ ଆସଲି ଡି' ସିଲ୍‌ଭା ଆଜି ଗଣମାଧ୍ୟମ ପ୍ରତିନିଧିଙ୍କୁ ଏବିଷୟରେ ସୂଚନା ଦେଇଛନ୍ତି । କିନ୍ତୁ ଏସିଆନ୍‌ କ୍ରିକେଟ୍‌ କାଉନସିଲ୍‌ ପକ୍ଷରୁ ଏନେଇ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ ।

କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀଲଙ୍କାରେ ଆୟୋଜିତ ହେବାକୁ ଥିବା ଆସନ୍ତା ଏସିଆ କପ୍‌ ଟି-ଟ୍ୱେଣ୍ଟି କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖାଯାଇଛି । ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ଼ର ମୁଖ୍ୟ କାର୍ଯ୍ୟନିର୍ବାହୀ ଆସଲି ଡି’ ସିଲ୍‌ଭା ଆଜି ଗଣମାଧ୍ୟମ ପ୍ରତିନିଧିଙ୍କୁ ଏବିଷୟରେ ସୂଚନା ଦେଇଛନ୍ତି । କିନ୍ତୁ ଏସିଆନ୍‌ କ୍ରିକେଟ୍‌ କାଉନସିଲ୍‌ ପକ୍ଷରୁ ଏନେଇ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ ।

ଆସନ୍ତା ଜୁନ ମାସରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବାର କାର୍ଯ୍ୟକ୍ରମ ଥିଲା । ଡି’ସିଲ୍‌ଭା କହିଛନ୍ତି, ବର୍ତ୍ତମାନର ସ୍ୱାସ୍ଥ୍ୟ ସଂକଟ ସମୟରେ ଜୁନ୍‌ ମାସରେ ଏସିଆ କପ୍‌ ଆୟୋଜନ ଅସମ୍ଭବ । ଏହି ଟୁର୍ଣ୍ଣାମେଣ୍ଟକୁ ୨୦୨୩ ଦିନିକିଆ ବିଶ୍ୱକପ୍‌ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯିବ ସମ୍ଭାବନା ରହିଛି । କାରଣ ସମସ୍ତ ଦଳ ଆସନ୍ତା ୨ବର୍ଷ ପାଇଁ କ୍ରୀଡ଼ାସୂଚୀ ପ୍ରସ୍ତୁତ କରିସାରିଛନ୍ତି ।’

Show More

Related Articles

Back to top button