
ପଞ୍ଚାୟତ ନିର୍ବାଚନ ପରେ ହେବ ପୌର ନିର୍ବାଚନ । ପୌର ନିର୍ବାଚନ ପାଇଁ ଗତକାଲି ରାଜ୍ୟ ନିର୍ବାଚନ କମିଶନ ସର୍ବଦଳୀୟ ବୈଠକ ଡାକିଥିଲେ । ଏଥର ବୈଠକ ପୌର ନିର୍ବାଚନରେ ଇଭିଏମ୍ର ବ୍ୟବହାର କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ସେଥିରେ ‘ଏନ୍ଓଟିଏ’ ନୋଟା ବିକଳ୍ପ ରଖାଯିବ ବୋଲି ଶୁକ୍ରବାର ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ପୂର୍ବରୁ ବିଧାନସଭା ଓ ଲୋକସଭା ନିର୍ବାଚନରେ ‘ନୋଟା’ର ବ୍ୟବହାର ହୋଇଆସୁଛି।
ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଇଭିଏମ୍ରେ ଶେଷ ପ୍ରାର୍ଥୀଙ୍କ ନାଁ ଛଡା ଉପରୋକ୍ତ ପ୍ରାର୍ଥୀଙ୍କ ମଧ୍ୟରୁ କାହାରି ନାଁ ରହିବ ନାହିଁ ବୋଲି ଉଲ୍ଲେଖ ରହିବ ଓ ତା’ ସହିତ ପ୍ରାର୍ଥୀଙ୍କ ଚିହ୍ନ ଭଳି ‘ନୋଟା’ ପାଇଁ ମଧ୍ୟ ଏକ ଚିହ୍ନ ରହିବ।