Breaking PLUSଓଡ଼ିଶାମୁଖ୍ୟ ଖବର

ତୃତୀୟ ଲହର ପାଇଁ ରାଜ୍ୟ ସରକାର ପ୍ରସ୍ତୁତ, ଶିଶୁଙ୍କ ପାଇଁ ବିଭିନ୍ନ ହସ୍ପିଟାଲରେ ହେବ ୩ ହଜାର ବେଡ୍

କରୋନାର ସମ୍ଭାବ୍ୟ ତୃତୀୟ ଲହର ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି। କେନ୍ଦ୍ର ସରକାରଙ୍କ ହିସାବ ଅନୁସାରେ ଠିକ୍ ସମୟରେ ଶିଶୁ ମାନଙ୍କ ପାଇଁ ୬ ଶହ ବେଡ୍ ର ଆବଶ୍ୟକତା ଅଛି। ରାଜ୍ୟ ସରକାର ୩ ହଜାର ବେଡ୍ ପାଇଁ ପ୍ରସ୍ତୁତି ଚଳାଇଛନ୍ତି ।

କରୋନାର ସମ୍ଭାବ୍ୟ ତୃତୀୟ ଲହର ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି। କେନ୍ଦ୍ର ସରକାରଙ୍କ ହିସାବ ଅନୁସାରେ ଠିକ୍ ସମୟରେ ଶିଶୁ ମାନଙ୍କ ପାଇଁ ୬ ଶହ ବେଡ୍ ର ଆବଶ୍ୟକତା ଅଛି। ରାଜ୍ୟ ସରକାର ୩ ହଜାର ବେଡ୍ ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ୨ ଶହରୁ ୨୫୦ ଆଇସିୟୁ ବା ଏଚଡିୟୁ ବେଡ୍ ହେବ । ୩ ହଜାର ବେଡ୍ ବିଭିନ୍ନ ହସ୍ପିଟାଲ, ଘରୋଇ କୋଭିଡ୍ ହସ୍ପିଟାଲ, ସରକାରୀ ଡାକ୍ତରଖାନା, ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରହିବ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, କେନ୍ଦ୍ରର ଆକଳନ ଅନୁସାରେ ଦୈନିକ ସଂକ୍ରମଣ ୧୦ ହଜାର ପିକ୍ ହେଲେ ୬ ଶହ ବେଡ୍ ଶିଶୁଙ୍କ ପାଇଁ ଦରକାର। ରାଜ୍ୟରେ ପିକ୍ ସମୟରେ ୧୦ରୁ ୧୨ ହଜାର ସଂକ୍ରମଣ ହୋଇଥିଲା। ସେହି ଆକଳନ ଅନୁସାରେ ତୃତୀୟ ଲହର ସମୟରେ ଯଦି ସେମିତି ସଂକ୍ରମଣ ହୁଏ ତେବେ ଶିଶୁଙ୍କ ପାଇଁ ୬ ଶହ ବେଡ୍ ଦରକାର ପଡ଼ିବ। କିନ୍ତୁ ରାଜ୍ୟ ସରକାର ୩ ହଜାର ବେଡ୍ ବ୍ୟବସ୍ଥା କରୁଛନ୍ତି। ରାଜ୍ୟରେ ଅକ୍ସିଜେନ ଯଥେଷ୍ଟ ପରିମାଣରେ ମହଜୁଦ ଅଛି। ଖାସ୍‌ କରି ଜିଲ୍ଲା ହସ୍ପିଟାଲ ଗୁଡ଼ିକରେ ଏଲଏମଓ ପ୍ଲାଣ୍ଟ ଓ ଡିଏସଏ ପ୍ଲାଣ୍ଟ ଲାଗିବା କାମ ଜାରି ରହିଛି ।

ସେପଟେ ଚଳିତ ମାସ ଶେଷ ସୁଦ୍ଧା ସବୁ ଜିଲ୍ଲା ମୁଖ୍ୟାଳୟରେ ଆରଟିପିସିଆର ଟେଷ୍ଟ ବ୍ୟବସ୍ଥା ହୋଇପାରିବ। ରାଜ୍ୟରେ ଭିତ୍ତିଭୂମି, ଟ୍ରେନିଂ ଓ ଆବଶ୍ୟକୀୟ ଉପକରଣ ସବୁ ଠିକ୍ ଅଛି। ପିଲାମାନଙ୍କ ସ୍ବତନ୍ତ୍ର ଚିକିତ୍ସା ଲାଗି ୩୦କୋଟି ଟଙ୍କାର ୩୬ଟି ଉପକରଣ, ୩୦ ପ୍ରକାର ଔଷଧ ତାଲିକା ପ୍ରସ୍ତୁତ ହୋଇ ସରକାର କିଣିବା ଅରମ୍ଭ କରିଛନ୍ତି ।

Show More

Related Articles

Back to top button