Breaking PLUSଓଡ଼ିଶାମୁଖ୍ୟ ଖବର

ବେଆଇନ ଭାବେ ରେଳ ଟିକଟ ବିକ୍ରି କରି ଗିରଫ ହେଲେ ଯୁବକ

ରେଲୱେ ଓ୍ବେବସାଇଟ ହାଇଜାକ୍‌ କରି ଟିକେଟ୍‌ ବିକ୍ରି କରୁଥିବା ଜଣେ ଯୁବକଙ୍କୁ ଗୁରୁବାର ପାରାଦୀପ ଆର୍‌ପିଏଫ ପୋଲିସ ପଟ୍ଟାମୁଣ୍ଡାଇରେ ଗିରଫ କରିଛି। ସମ୍ପୃକ୍ତ ଯୁବକ ହେଲେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ବେଲତଳ ଗାଁ ର ସୀତାରାମ ପଣ୍ଡା ବୋଲି ଜଣାପଡିଛି

ରେଲୱେ ଓ୍ବେବସାଇଟ ହାଇଜାକ୍‌ କରି ଟିକେଟ୍‌ ବିକ୍ରି କରୁଥିବା ଜଣେ ଯୁବକଙ୍କୁ ଗୁରୁବାର ପାରାଦୀପ ଆର୍‌ପିଏଫ ପୋଲିସ ପଟ୍ଟାମୁଣ୍ଡାଇରେ ଗିରଫ କରିଛି। ସମ୍ପୃକ୍ତ ଯୁବକ ହେଲେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ବେଲତଳ ଗାଁ ର ସୀତାରାମ ପଣ୍ଡା ବୋଲି ଜଣାପଡିଛି। ସେ ପଟ୍ଟାମୁଣ୍ଡାଇ ବଜାର ଡାକବଙ୍ଗଳା ଛକଠାରେ ଟ୍ରେନ୍‌, ପ୍ଲେନ୍‌ ଟିକଟ ସହ ଜେରକ୍ସ ଓ ଡିଟିପି କାଉଣ୍ଟର ନାମରେ ଦୋକାନ କରି ଲୋକଙ୍କୁ ଟିକେଟ୍‌ ପ୍ରଦାନ କରୁଥିଲେ। ପାରାଦୀପ ଆର୍‌ପିଏଫ୍‌ ପୋଲିସ ଏହି ସୂଚନା ପାଇବା ପରେ ଅପରାହ୍ନ ୨ଟାରେ ପଟ୍ଟାମୁଣ୍ଡାଇ ପୋଲିସ ସହ ଯୋଗାଯୋଗ କରି ତାଙ୍କ ଦୋକାନରେ ଅଚାନକ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ତାଙ୍କ କମ୍ପ୍ୟୁଟର ଚେକ୍‌ କଲା ପରେ କିଛି ତତ୍କାଳ ଟିକେଟ୍‌ ଜବତ କରିବା ସହ ବ୍ୟବହାର ହେଉଥିବା ମୋବାଇଲ, ଲାପ୍‌ଟପ, ସିପିୟୁ, ପ୍ରିଣ୍ଟର, ହାର୍ଡଡିକ୍ସ ଓ ରେଲୱେ ନାମରେ ବ୍ୟବହାର କରୁଥିବା କେତେକ ଆପତ୍ତିଜନକ ନକଲି ଆକାଉଣ୍ଟ ଜବତ କରିଥିଲେ। ସୀତାରାମଙ୍କୁ ଆର୍‌ପିଏଫ୍‌ ପୋଲିସ ଗିରଫ କରିବା ପରେ ପାରାଦୀପ ନେଇ ଯାଇଥିଲେ।

Show More

Related Articles

Back to top button