Breaking PLUSଦୁର୍ଘଟଣାମୁଖ୍ୟ ଖବର
ସମୁଦ୍ରରେ ଗାଧୋଉଥିବା ସମୟରେ ଭାସିଗଲେ ଯୁବକ
ମୋବାଇଲରେ କଏଦ ହେଲା ଗଭୀର ସମୁଦ୍ର ଭିତରକୁ ଭାସିଯିବାର ଦୃଶ୍ୟ ।

ପୁରୀ ଚୈତନ୍ୟ ଛକ ନିକଟ ବେଳାଭୂମିରେ ଗାଧୋଇବା ସମୟରେ ସମୁଦ୍ରରେ ଭାସିଗଲେ ଯୁବକ । ମୋବାଇଲରେ କଏଦ ହେଲା ଗଭୀର ସମୁଦ୍ର ଭିତରକୁ ଭାସିଯିବାର ଦୃଶ୍ୟ ।ଭାସିଯିବା ପରେ ଲାଇଫଗାର୍ଡଙ୍କ ଦ୍ଵାରା ସର୍ଚ୍ଚ ଅପରେସନ ଜାରି ରହିଛି । ତେବେ ଆଜି ସକାଳେ ପୁରୀ ବେଳାଭୂମିରେ ଗାଧୋଇବା ସମୟରେ ବାଲେଶ୍ଵର ଅଞ୍ଚଳର ବଂଶୀଧର ଵେହେରା ନାମକ ଜଣେ ଯୁବକ ଭାସି ଯାଇଥିଲେ । ଯାହାର ଲାଇଭ ଦୃଶ୍ୟ ମୋବାଇଲରେ କଏଦ ହୋଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ଖବର ମିଳିନଥିବା ଜଣାପଡିଛି।