ଦେଶ ବିଦେଶବ୍ୟକ୍ତିତ୍ୱମୁଖ୍ୟ ଖବରସ୍ୱତନ୍ତ୍ରସ୍ୱାସ୍ଥ୍ୟ

୧୧୯ ବର୍ଷ ବୟସରେ ବିଶ୍ୱର ସବୁଠାରୁ ବୟସ୍କ ବୃଦ୍ଧାଙ୍କ ପରଲୋକ

ଗିନିଜ ବୁକ ୱାର୍ଲ୍ଡ ରେକର୍ଡସ ପକ୍ଷରୁ ମିଳିଥିଲା ମାନ୍ୟତା 

ନୂଆଦିଲ୍ଲୀ: ୧୧୯ ବର୍ଷ ବୟସରେ ବିଶ୍ୱର ସବୁଠାରୁ ବୟସ୍କ ବୃଦ୍ଧାଙ୍କ ପରଲୋକ । ଏହି ବୃଦ୍ଧା ଜଣଙ୍କ ନାଁ ହେଉଛି କେନ୍ ତାନାକା ଏବଂ ସେ ଜାପାନର ବାସିନ୍ଦା ଅଟନ୍ତି ।   ୧୯୦୩ ମସିହା ଜାନୁଆରୀ ୨ରେ ଦକ୍ଷିଣ-ପଶ୍ଚିମ ଜାପାନର ଫୁକୁଓକାଠାରେ ତାନାକା ଜନ୍ମ ଗ୍ରହଣ କରିଥିଲେ । ୧୯୨୨ ମସିହାରେ ସେ ହିଡେଓ ତାନାକାଙ୍କୁ ବିବାହ କରିଥିଲେ । ତାଙ୍କର ୪ ପିଲା ଥିବା ସତ୍ତେ ମଧ୍ୟ ସେ ଆଉ ଜଣଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ ।

ବିଶ୍ୱଯୁଦ୍ଧରୁ ଆରମ୍ଭ କରି ମହାମାରୀ , ମହାକାଶ ଯାତ୍ରା ପର୍ଯ୍ୟନ୍ତ ଅନେକ ଘଟଣାର ମୂକସାଖୀ ରହିଥିଲେ ସେ ।  ବୟସ ତାଙ୍କୁ ୧୧୯ ଛୁଇଁଥିଲେ ମଧ୍ୟ ସେ ସୁସ୍ଥ ଜୀବନଯାପନ କରୁଥିଲେ । ଗୋଟିଏ ନର୍ସିଂ ହୋମରେ ରହି ବୋର୍ଡ ଗେମ ଖେଳିବା ସହ ସମସ୍ତ ଗଣିତ ସମସ୍ୟାର ସମାଧାନ କରୁଥିଲେ । ସେ ଚକଲେଟ ଖାଇବା ସହ ସୋଢ଼ା ପିଇବାକୁ ପସନ୍ଦ କରୁଥିଲେ ।

ତାଙ୍କ ଜୀବନର ସବୁଠାରୁ ବଡ଼ ଖୁସିର ଦିନ ଥିଲା ଗିନିଜ ବୁକ ୱାର୍ଲ୍ଡ ରେକର୍ଡସ ପକ୍ଷରୁ ୨୦୧୯ରେ ପାଇଥିବା ବିଶ୍ୱର ସବୁଠାରୁ ବୟସ୍କ ଜୀବିତ ମହିଳା ମାନ୍ୟତା  । ୨୦୨୧ ଅଲିମ୍ପିକ୍ସରେ ସେ ହ୍ୱିଲ ଚେୟାରରେ ଟ୍ରଚ ରିଲେ କାର୍ଯ୍ୟକ୍ରମରେ ଭାଗ ନେବାକୁ ଲକ୍ଷ୍ୟ ରଖିଥିଲେ । ହେଲେ ମହାମାରୀ କରୋନା ଏଥିରେ ପ୍ରତିବନ୍ଧକ ସାଜିଥିଲା । ଏପ୍ରିଲ ୧୯ରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି । ଅନ୍ୟପକ୍ଷରେ ବିଶ୍ୱର ସବୁଠାରୁ ଅଧିକ ସମୟ ବଞ୍ଚିଥିବା ରେକର୍ଡ ଫ୍ରାନ୍ସର ଜେ ଲୋଉସି କାଲମେଣ୍ଟଙ୍କ ନାଁରେ ରହିଛି । ସେ ୧୨୨ ବର୍ଷ ୧୬୪ ଦିନ ବଞ୍ଚିଥିଲେ । ତେବେ ୧୯୯୭ ମସିହାରେ ତାଙ୍କର ଦେହାନ୍ତ ହୋଇଥିଲା । ତାଙ୍କ ପରେ କେନ୍ ଦ୍ୱିତୀୟ ମହିଳା ଭାବେ ସବୁଠାରୁ ଅଧିକ ବଞ୍ଚିବାର ରେକର୍ଡ ସୃଷ୍ଟି କରିଥିଲେ ।

Show More

Related Articles

Back to top button