ଦେଶ ବିଦେଶବାଣିଜ୍ୟ

ପଶ୍ଚିମବଙ୍ଗ ସରକାରକୁ ୧,୦୦୦ କୋଟିର ଋଣ ଦେଲା ବିଶ୍ୱ ବ୍ୟାଙ୍କ

ଏହି ଉଦ୍ଦେଶ୍ୟରେ କରାଯିବ ଖର୍ଚ୍ଚ

ପଶ୍ଚିମବଙ୍ଗ ସରକାରକୁ ୧,୦୦୦ କୋଟି ଟଙ୍କାର ଋଣ ଦେଇଛି ବିଶ୍ୱ ବ୍ୟାଙ୍କ । ଗରିବ ଏବଂ ଦୁର୍ବଳ ବର୍ଗର ଲୋକଙ୍କୁ ସାମାଜିକ ସୁରକ୍ଷା ସେବା ପହଞ୍ଚାଇବାରେ ନିଜର ପ୍ରୟାସର ସମର୍ଥନ କରୁଥିବା ପଶ୍ଚିମବଙ୍ଗକୁ ବିଶ୍ୱ ବ୍ୟାଙ୍କ ଏହି ଋଣ ଦେଇଛି । ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ଏକ ବୟାନ ଅନୁସାରେ, ଏହି ଋଣରେ ପ୍ରଶାସନକୁ ଟେଲି ମେଡିସିନ ମାଧ୍ୟମରେ ଚିକିତ୍ସା ସହାୟତା, ବୟସ୍କ ଏବଂ ଦିବ୍ୟାଙ୍ଗ ପାଇଁ ସହାୟତା ଏବଂ ସର୍ବାଜାନୀନ ଯୋଜନା ପାଇଁ ଲାଭର ଆବଣ୍ଟନ ପରି କ୍ଷେତ୍ରରେ ସୁଧାର ଆଣିବାରେ ସହାୟକ ହେବ ।

ରାଜ୍ୟ ସରକାରଙ୍କ ବୟାନ ଅନୁସାରେ, ଜାନୁଆରୀ ୧୯ରେ ପଶ୍ଚିମବଙ୍ଗର ସରକାରକୁ ଗରିବ ଏବଂ ଦୁର୍ବଳ ବର୍ଗ ଲୋକଙ୍କୁ ସାମାଜିକ ସୁରକ୍ଷା ଦେବାରେ ସାହାଯ୍ୟ କରିବା ପାଇଁ ପ୍ରାୟ ୧୨୫ ମିୟିଲନ ଡଲାରର ଋଣ ମଞ୍ଜୁର କରିଛି। ବୟାନରେ କୁହାଯାଇଛି ରାଜ୍ୟ ନିଜର ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମ ସହ ଗରିବ ଲୋକଙ୍କ ପାଖରେ ପହଞ୍ଚିବା କ୍ଷମତାକୁ ଅଧିକ ମଜବୁତ କରିବ । ମମତା ବାନାର୍ଜୀ ସରକାର ସାମାଜିକ ସହାୟତା, ସୁରକ୍ଷା ଏବଂ ରୋଜଗାର ପ୍ରଦାନ କରିବା ପାଇଁ ୪୦୦ରୁ ଅଧିକ କାର୍ଯ୍ୟକ୍ରମ ଜାରି ରଖିଛନ୍ତି।

Show More

Related Articles

Back to top button