ଓଡ଼ିଶାଦୁର୍ଘଟଣା

ପୋଖରୀରେ ବୁଡ଼ି ଚାଲିଗଲା ମହିଳାଙ୍କ ଜୀବନ

ପୋଖରୀରେ ବୁଡ଼ି ଚାଲିଗଲା ମହିଳାଙ୍କ ଜୀବନ । ଏଭଳି ଦୂର୍ଘଟଣା ଦେଖିବାକୁ ମିଳିଛି କାମାକ୍ଷାନଗର ଥାନା ଜୟପୁରାକାଟେଣୀ ପଞ୍ଚାୟତର ପଦ୍ମ ପୋଖରୀ ଗ୍ରାମରେ । ମୃତ ମହିଳା ଜଣଙ୍କ ହେଉଛନ୍ତି ସେହି ଗ୍ରାମର ରାଧା ଦେହୁରୀ ।

ମିଳିଥିବା ସୂଚନା ଅନୁଯାୟୀ,ଘର ନିକଟରେ ଥିବା ପୋଖରୀକୁ ଶୌଚ ପାଇଁ ଯାଇଥିଲେ ରାଧା ।ହଠାତ୍ ତାଙ୍କ ଗୋଡ ଖସିବାରୁ ସେ ପୋଖରୀ ଭିତରେ ବୁଡ଼ି ଯାଇଥିଲେ । ବହୁ ସମୟ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ । ପୋଖରୀ ହୁଡାରେ ତାଙ୍କ ସାଲ ପଡିଥିବା ଦେଖି ପୋଖରୀରେ ବୁଡିଯାଇଥିବା ସନ୍ଦେହ କରି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।

ଖବର ପାଇ ଅଗ୍ନଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପୋଖରୀରୁ ରାଧାଙ୍କୁ ଉଦ୍ଧାର କରି କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ରାଧାଙ୍କୁ ମୃତ ଘୋଷଣା କରିଛନ୍ତି।

Show More

Related Articles

Back to top button