ଅପରାଧଆଇନ କାନୁନଓଡ଼ିଶା

ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ନିଶାସକ୍ତ ସ୍ୱାମୀ

ପାଟଣାଗଡ଼: ପାରିବାରିକ କଳହର କରୁଣ ପରିଣତି । ମଦ୍ୟପାନ କରି ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଅଞ୍ଚଳ ଖୁଣ୍ଟସମଲାଇ ଗ୍ରାମରେ । ହତ୍ୟା ପରେ ଅଭିଯୁକ୍ତ ସ୍ୱାମୀ ଫେରାର ହୋଇ ଯାଇଛି । ଏନେଇ ଥାନାରେ ଅଭିଯୋଗ ହେବାସହ ଉକ୍ତ ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି।

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଅଞ୍ଚଳ ଖୁଣ୍ଟସମଲାଇ ଗ୍ରାମରେ ଘାସି ତଅଁଲା ଓ କୁନ୍ତି ତଅଁଲା ନିଜ ପରିବାର ସହିତ ରହୁଥିଲେ। ଘାସି ତଅଁଲା ପ୍ରତ୍ୟକ ଦିନ ମଦ୍ୟପାନ କରି ପତ୍ନୀ କୁନ୍ତି ତଅଁଲା ସହ ଝଗଡା କରୁଥିଲା । ବୁଧବାର ବିଳମ୍ବିତ ରାତିରେ ମଦ୍ୟପାନ କରି ଘରକୁ ଆସିଥିଲା । କୌଣସି କାରଣରୁ ଘାସି ଓ ତା ପତ୍ନୀ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଘାସି ଉତ୍ତ୍ୟକ୍ତ ହୋଇ ନିଜ ସ୍ତ୍ରୀ ମୁଣ୍ଡରେ ଖଟିଆରେ ବାହି ନେଇ ବାଡେଇଥିଲା । ଗୁରୁତର ହେବାରୁ ସେ ଓ ପରିବାର ଲୋକେ  ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର କୁନ୍ତିକୁ ମୃତ ଘୋଷଣା କରିଥିଲେ । ଏହା ପରେ ଘାସି କୁଆଡେ ଫେରାର ହୋଇଥିବା ଜଣାପଡିଛି। ଏ ସମ୍ପର୍କରେ ଲରମ୍ଭା ଥାନାରେ ଏକ ମାମଲା ରୁଜୁ କରାଯିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି।

 

Show More

Related Articles

Back to top button