ଅପରାଧଆଇନ କାନୁନଓଡ଼ିଶାଦେଶମୁଖ୍ୟ ଖବର

ସ୍ୱାମୀର ଠେଙ୍ଗା ମାଡ଼ରେ ପତ୍ନୀ ଗୁରୁତର

କରଞ୍ଜିଆ : ଯିଏ ସାତ ଜନ୍ମ ପାଇଁ ସୁରକ୍ଷା ଦେବ ବୋଲି ଶପଥ ନେଇଥିଲା, ସିଏ ନିଜେ ହିଁ ମାଡ଼ ମାରି ସ୍ତ୍ରୀକୁ ଲହୁଲୁହାଣ କଲା। ସ୍ୱାମୀର ଠେଙ୍ଗା ମାଡ଼ରେ ଗୁରୁତର ସ୍ତ୍ରୀ ଗାଁ ଦାଣ୍ଡରେ ଅଚେତ ହୋଇ ପଡ଼ିଲା । ଶେଷରେ ଗ୍ରାମବାସୀ ମହିଳାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ଥିବା ସୂଚନାମିଳିଛି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ତରାମରା ଗ୍ରାମ ଦରଦରା ଛକ ନିକଟରେ । ଗୁରୁତର ମହିଳାଜଣକ ହେଲେ ପ୍ରମିଳା ନାୟକ । ତାଙ୍କ ମୁଣ୍ଡକୁ ଠେଙ୍ଗାରେ ପିଟି ଲହୁଲୁହାଣ କରିବା ପରେ ସ୍ୱାମୀ ଶୁଖିଆ ନାୟକ ଫେରାର ହୋଇଯାଇଥିବା ଜଣାପଡିଛି।ଗତକାଲି ସନ୍ଧ୍ୟା ସମୟରେ ଉଭୟ ଶୁଖିଆ ଓ ପ୍ରମିଳା ଦରଦରା ଛକରେ ଥିଲେ। କୌଣସି କାରଣକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ବଚସା ଏତେ ଉଗ୍ର ରୂପ ନେଲା ଯେ, ଉତ୍ତ୍ୟକ୍ତ ଶୁଖିଆ ଏକ ଠେଙ୍ଗାରେ ପ୍ରମିଳାଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ରକ୍ତାକ୍ତ ଅବସ୍ଥାରେ ପ୍ରମିଳା ରାସ୍ତାରେ ପଡ଼ି ଛଟପଟ ହେବା ପରେ ବେହୋସ ହୋଇଗଲେ। ଏହାଦେଖି ଘଟଣାସ୍ଥଳରୁ ଶୁଖିଆ କେଉଁଆଡ଼େ ପଳାଇଲେ। ଗାଁ ଦାଣ୍ଡରେ ପ୍ରମିଳା ପଡ଼ି ଛଟପଟ ହେଉଥିବା ଦେଖି ଗ୍ରାମବାସୀ ତୁରନ୍ତ ତାଙ୍କୁ ଉଦ୍ଧାର କରି ଠାକୁରମୁଣ୍ଡା ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଉପଖଣ୍ଡ ଚିକିତ୍ସାଳୟ କରଞ୍ଜିଆକୁ ସ୍ଥାନାନ୍ତର କରାଯାଇଛି। ଠାକୁରମୁଣ୍ଡା ପୁଲିସ ଘଟଣାସ୍ଥଳକୁ ଯାଇ ଏହାର ତଦନ୍ତ କରୁଥିବା ବେଳେ ଶୁଖିଆର ପତ୍ତା ମିଳୁନି ।

Show More

Related Articles

Back to top button