ଓଡ଼ିଶାସ୍ୱତନ୍ତ୍ର

ଆସନ୍ତାକାଲି ‘ମାଣ୍ଡିଆ ଦିବସ’ ପାଳିବ ସାରା ଓଡିଶା

ଆସନ୍ତାକାଲି ‘ମାଣ୍ଡିଆ ଦିବସ’ ପାଳିବ ସାରା ଓଡିଶା । ଏଥିପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ୧୯ଟି ଜିଲ୍ଲା ୧୪୨ ବ୍ଲକରେ ମାଣ୍ଡିଆ ଚାଷୀଙ୍କୁ ନେଇ ମିଲେଟ ମିଶନ କାର୍ଯ୍ୟ କରିବ । ମାଣ୍ଡିଆ ଚାଷକୁ ପ୍ରୋତ୍ସାହିତ କରିବା ସହିତ ଜନସାଧାରଣଙ୍କ ମଧ୍ୟରେ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟର ଗ୍ରହଣୀୟତା ବୃଦ୍ଧି କରିବା କାର୍ଯ୍ୟକ୍ରମର ଲକ୍ଷ୍ୟ ।

ରାଜ୍ୟ ସରକାର ମାଣ୍ଡିଆ ଚାଷ ନିମନ୍ତେ ୩ ବର୍ଷ ପାଇଁ ହେକ୍ଟର ପିଛା ୧୦ ହଜାର ଟଙ୍କା ଆର୍ଥିକ ପ୍ରୋତ୍ସାହନ ରାଶିକୁ ବୃଦ୍ଧି କରି ୫ ବର୍ଷ ପାଇଁ ହେକ୍ଟର ପିଛା ୨୬ ହଜାର ୫୦୦ ଟଙ୍କା ପ୍ରଦାନ କରିଛନ୍ତି । ଅତିରିକ୍ତ ୧୧ଟି ଜିଲ୍ଲାର ୩୪ଟି ବ୍ଲକକୁ ଓଡିଶା ମିଲେଟ ମିଶନକୁ ସଂପ୍ରସାରିତ କରାଯାଇଛି ବୋଲି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢୀ କହିଛନ୍ତି ।

ମାଣ୍ଡିଆ ଚାଷ ନିମନ୍ତେ ଚାଷୀଙ୍କୁ ଉନ୍ନତ ମାନର ବିହନ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି । ଏଥି ସହିତ ପାହାଡିଆ ଅଞ୍ଚଳରେ ମଧ୍ୟ ମାଣ୍ଡିଆ ଚାଷ ନିମନ୍ତେ ପଦକ୍ଷେପ ନିଆଯାଇଛି । ବୃହତ ଉଠାଜଳସେଚନ ପ୍ରକଳ୍ପ ଅଞ୍ଚଳରେ ମଧ୍ୟ ମାଣ୍ଡିଆ ଚାଷ ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଉଛି । ମାଣ୍ଡିଆ ଚାଷ ମାଧ୍ୟମରେ ମହିଳାମାନେ ସ୍ୱାବଲମ୍ବୀ ହୋଇପାରିବେ । କୃଷି ଭବନରେ ମାଣ୍ଡଆ ଦିବସ ପାଳନ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । କୃଷି ଭବନରେ ଏକ ଆକର୍ଷଣୀୟ ପ୍ରଦର୍ଶନୀର ଆୟୋଜନ କରାଯିବ । ଓଡ଼ିଶା ଭାରତବର୍ଷର ପ୍ରଥମ ରାଜ୍ୟ ଭାବରେ ମିଲେଟ ଦିବସ ପାଳନ କରୁଛି ।

ଅନ୍ୟପଟେ ମାଣ୍ଡିଆରେ ରହିଥିବା ବିଭିନ୍ନ ପୋଷଣ ଗୁଣ ସମ୍ପର୍କରେ ସୁନ୍ଦରଗଡ଼ ଜିଲ୍ଲାର ଲୋକଙ୍କୁ ସଚେତନ କରିବା ଲାଗି ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନର ଶୁଭାରମ୍ଭ କରାଯାଇଛି । ଏହି ଅବସରରେ ୧୨ଟି ପ୍ରଚାର ରଥ ଜିଲ୍ଲାର ସମସ୍ତ ୧୭ଟି ବ୍ଲକର ଗାଁ ଓ ସହର ପରିକ୍ରମା କରି ‘ମାଣ୍ଡିଆ ଦିବସ’ ପାଳନର ବିବିଧ ଆଭିମୁଖ୍ୟ ବିଷୟରେ ପ୍ରସାର କରିବ ।

 

Show More

Related Articles

Back to top button