ଦେଶମନୋରଞ୍ଜନ

ଅପେକ୍ଷାର ହେଲା ଅନ୍ତ,ଏହିଦିନ ରିଲିଜ ହେବାକୁ ଯାଉଛି ପୁଷ୍ପା-୨

ଅନେକଙ୍କ ହୃଦୟ ଛୁଇଁବା ସହ ଯାଦୁ କରିଦେଇଥିଲା ପୁଷ୍ପା ଦ ରାଇଜ । ଏହାପରେ ଫିଲ୍ମର ପାର୍ଟ-୨ ଆସିବା ଖବର ଶୁଣି ଉତ୍ସାହର ସହିତ ଚାହିଁ ରହିଥିଲେ ଦର୍ଶକ । ଏବେ ଏହି ଅପେକ୍ଷାର ଅନ୍ତ ଘଟିଛି । ପୁଣି ଦେଖିବାକୁ ମିଳିବ ଅଲ୍ଲୁ ଅର୍ଜୁନ ଏବଂ ରଶ୍ମୀକା ମଣ୍ଡାନାଙ୍କ ଯୋଡି ।

ମିଳିଥିବା ସୂଚନା ଅନୁସାରେ, ଡିସେମ୍ବର ୮ତାରିଖରେ ରୁଷ ଏବଂ ଭାରତରେ ରିଲିଜ ହେବ ପୁଷ୍ପା ଦ ରୁଲ । ଫିଲ୍ମ ରିଲିଜକୁ ନେଇ ବର୍ତ୍ତମାନ ବ୍ୟସ୍ତ ଅଛନ୍ତି ଅଲୁଅର୍ଜୁନ ଏବଂ ରଶ୍ମୀକା । ଦେଖିବାକୁ ବାକି ରହିଛି ପୁଷ୍ପା-୨ ରୁଷ ବାସୀଙ୍କ ମନ କେତେ ଜିତି ପାରିବ।

ତେବେ ପୁଷ୍ପା ଦ ରୁଲ ଫିଲ୍ମରେ ଅଲୁ ଅର୍ଜୁନଙ୍କ ସହ ଏସପି ଭଂବର ସିଂହ ଶେଖାୱତଙ୍କ ଦମଦାର ଆକ୍ଟିଙ୍ଗ ଦେଖିବାକୁ ମିଳିବ । ପୁଷ୍ପା ୨ରେ ସଜ୍ଜାଦ ଡେଲାଫ୍ରୁଜ ମଧ୍ୟ ନଜର ଆସିବେ । ବର୍ତ୍ତମାନ ଏହାକୁ ଅଫିସିଆଲ ଘୋଷଣା କରାଯାଇ ନାହିଁ । ହେଲେ ଆସନ୍ତା ବର୍ଷ ପୂର୍ବରୁ ଫ୍ୟାନ୍ସ ମାନଙ୍କ ଅପେକ୍ଷା ଦୂର ହେବାକୁ ଯାଉଛି ।

 

Show More

Related Articles

Back to top button