Breaking PLUSଓଡ଼ିଶାଦେଶମୁଖ୍ୟ ଖବର

କେନ୍ଦ୍ରମନ୍ତ୍ରୀଙ୍କ ବଡ ନିଷ୍ପତ୍ତି ଆଉ ରାସ୍ତାରେ ରହିବନି ଟୋଲ ପ୍ଲାଜା, କି ଛିଡା ହେବନି ଗାଡି

ଜିପିଏସ ଟେକ୍ନୋଲୋଜି ମାଧ୍ୟମରେ ଟୋଲ ଟିକସ କଟିବ ।

କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ସୂଚନା ଦେଇଛନ୍ତି ଯେ, ଆଗକୁ ଆଉ ରହିବନି ଟୋଲ ପ୍ଲାଜା, କି ରାସ୍ତାରେ ଛିଡା ହେବନି ଗାଡି । କିନ୍ତୁ ଜିପିଏସ ଟେକ୍ନୋଲୋଜି ମାଧ୍ୟମରେ ଟୋଲ ଟିକସ କଟିବ । ଖୁବଶୀଘ୍ର ଗାଡି ଚାଳକମାନେ ଫାଇବେ ଏଭଳି ସୁବିଧା । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ । ସେ କହିଛନ୍ତି, ଜାତୀୟ ରାଜପଥରେ ଲୋକଙ୍କୁ ଆଉ ଟୋଲ ଟ୍ୟାକ୍ସ୍ ଦେବାକୁ ଛିଡା ହେବାକୁ ପଡିବନି ।  ସଂସଦର ବଜେଟ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି, ସୁରକ୍ଷିତ ଯାତାୟତ ଓ ସଡକ ନିର୍ମାଣ କ୍ଷେତ୍ରରେ ନୂଆ ନୂଆ ଜ୍ଞାନକୌଶଳର ବ୍ୟବହାର ଆରମ୍ଭ କରୁଛନ୍ତି ସରକାର । ସେହିଭଳି ଟୋଲ ଟିକସ ଆଦାୟ କରିବା କ୍ଷେତ୍ରରେ ମଧ୍ୟ ସରକାର ନୂଆ ଟେକ୍ନୋଲୋଜିର ବ୍ୟବହାର କରିଛନ୍ତି । ଏବେ ଇଲେକଟ୍ରୋନିକ୍ସ ଟୋଲ ଜରିଆରେ ୯୭ ପ୍ରତିଶତ ଟୋଲ ଟିକସ ଆଦାୟ ହେଉଛି । କିନ୍ତୁ ଖୁବଶୀଘ୍ର ଜିପିଏସ ବ୍ୟବସ୍ଥା ଲାଗୁ କରାଯିବ । ଯାହାଦ୍ୱାରା ଆଉ ଟୋଲ ରହିବନି । ଟୋଲ ନ ରହିବା ଦ୍ୱାରା ଟୋଲ ବ୍ୟବସ୍ଥା ଶେଷ ହେବନି ବରଂ ସମସ୍ତ ଗାଡିରେ ଜିପିଏସ ଲଗାଯିବ । ଯାହାଦ୍ୱାରା ଜଣାପଡିଯିବ ଯେ, ଗାଡି କେଉଁ ସ୍ଥାନରୁ କେଉଁ ସ୍ଥାନକୁ ଯାଇଛି । ଆଉ ଏହାକୁ ଆଧାର କରି ଆପଣଙ୍କ ଆକାଉଣ୍ଟରୁ ଟଙ୍କା କଟାଯିବ । ଯେଉଁଥିପାଇଁ ଲୋକଙ୍କୁ ଆଉ ରାସ୍ତା ମଝିରେ କେଉଁଠାରେ ଅଟକିବାକୁ ପଡିବ ନାହିଁ ।  ଏହାଛଡା ନୀତିନ ଗଡକରୀ କହିଛନ୍ତି, ଏବେ ଜାତୀୟ ରାଜପଥରେ ପ୍ରତି ୬୦ କିଲୋମିଟର ବ୍ୟବଧାନରେ ଗୋଟିଏ ଟୋଲ ପ୍ଲାଜା ରହିବ । ଏବଂ ଏକରୁ ଅଧିକ ଟୋଲ ପ୍ଲାଜା ଥିଲେ ଏହାକୁ ହଟାଇ ଦିଆଯିବ । ଯାହାକୁ ଆଗାମୀ ୩ ମାସ ମଧ୍ୟରେ ପୂରା କରାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

Show More

Related Articles

Back to top button