Breaking PLUSଦେଶ ବିଦେଶମୁଖ୍ୟ ଖବର

ଦିଲ୍ଲୀ, ବେଙ୍ଗଲ ଓ ମହାରାଷ୍ଟ୍ରରେ କରୋନା ସଙ୍କଟ ନେଇ ଆଜି ସମୀକ୍ଷା ବୈଠକ କରିବେ କେନ୍ଦ୍ରସରକାର

ଦେଶ ତଥା ବିଶ୍ୱରେ କରୋନା ମହାମାରୀ ସଙ୍କଟ ଜାରି ରହିଛି।  ଭାରତରେ ବର୍ତ୍ତମାନ  ପାର୍ବଣ ର ଋତୁ ଚାଲୁଥିବାରୁ ବିଶେଷ ସତର୍କତା ହେବାର ଅଵଶ୍ୟକତା ରହିଛି।

ଦେଶ ତଥା ବିଶ୍ୱରେ କରୋନା ମହାମାରୀ ସଙ୍କଟ ଜାରି ରହିଛି।  ଭାରତରେ ବର୍ତ୍ତମାନ  ପାର୍ବଣ ର ଋତୁ ଚାଲୁଥିବାରୁ ବିଶେଷ ସତର୍କତା ହେବାର ଅଵଶ୍ୟକତା ରହିଛି।

ବିଗତ କିଛି ଦିନ ମଧ୍ୟରେ ସାରା ଦେଶରେ ନୂତନ ସଂକ୍ରମଣ ମାମଲା ହ୍ରାସ ପାଇଥିବା ବେଳେ  ଦିଲ୍ଲୀ  ସମେତ କିଛି ରାଜ୍ୟ ସରକାର ଙ୍କ ଚିନ୍ତାର କାରଣ ପାଲଟିଛି।

ଏ ନେଇ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ  କେତେକେ  ରାଜ୍ୟର ପରିସ୍ଥିତିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ।  ଦିଲ୍ଲୀ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଏବଂ ଅନ୍ୟ କେତେକ ରାଜ୍ୟର ପରିସ୍ଥିତି ଏବଂ ପ୍ରସ୍ତୁତି ଉପରେ ଚର୍ଚା କରାଯିବ । କେନ୍ଦ୍ର ଗୃହ ସଚିବ ଅଜୟ ଭାଲାଙ୍କ ନେତୃତ୍ୱରେ ହେବକୁ ଥିବା ଏହି ବୈଠକରେ  ରାଜ୍ୟମାନଙ୍କ ର ପ୍ରତିନିଧି ମଧ୍ୟ ସାମିଲ ହେବେ ।

କିଛିଦିନ ହେବ ଦିଲ୍ଲୀରେ ପ୍ରାୟ ଦୁଇ ହଜାର ସଂକ୍ରମଣ ମାମଲା ସାମ୍ନାକୁ ଆସୁଥିଲା, ଏବେ ପୁଣି ପ୍ରତିଦିନ 5000 ରୁ ଅଧିକ ମାମଲା ସମ୍ନାକୁ ଆସୁଛି।

ପାର୍ବଣ ସମୟରେ  ଏହି ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି ଏବଂ ବିଶେଷଜ୍ଞମାନେ ମତ ଦେଇଛନ୍ତି ଯେ ଯଦି ସତର୍କତା ଅବଲମ୍ବନ କରାଯାଏ ନାହିଁ, ତେବେ ଏହି ସଂଖ୍ୟା ଆହୁରି ଅଧିକ ହୋଇପାରେ ।

ଅନ୍ୟପକ୍ଷରେ ମହାରାଷ୍ଟ୍ର, ବେଙ୍ଗଲ କେରଳର ମଧ୍ୟ ସମାନ ପରିସ୍ଥିତି ରହିଛି।  ମୁମ୍ବାଇରେ ସ୍ଥାନୀୟ ଟ୍ରେନ୍ ବର୍ତ୍ତମାନ ଆରମ୍ଭ ହେବାକୁ ଯାଉଛି ଏବଂ ଲୋକମାନେ ବାହାରକୁ ଯିବା ଜାରି ରଖିଛନ୍ତି |  ଏଭଳି ପରିସ୍ଥିତିରେ ବିଏମସି ଏଥିପାଇଁ ଅନେକ ପ୍ରସ୍ତୁତି ଚଳାଇଛି।

Show More

Related Articles

Back to top button