Breaking PLUSଓଡ଼ିଶାମୁଖ୍ୟ ଖବର

ରମାଦେବୀ ଛାତ୍ରୀ ମୃତ୍ୟୁ ଘଟଣାରେ ୨ ଅଭିଯୁକ୍ତ ଅଟକ

ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର ଘଟଣାରେ ସ୍କୁଟରରେ ଆଣି ଫିଙ୍ଗିଥିବା ୨ ଅଭିଯୁକ୍ତ ଚିହ୍ନଟ ହୋଇଛନ୍ତି । ମୃତ ଛାତ୍ରୀ ମୟୂରଭଞ୍ଜ ଜିଲ୍ଲା ବୁନ୍ଦେଇପଶି ଅଞ୍ଚଳର ଝରାଫୁଲ ନାୟକ ଏହି ୨ ଅଭିଯୁକ୍ତଙ୍କ ଚିହ୍ନଟ ନେଇ ଯାଜପୁର ଏସପି ସୂଚନା ଦେଇଛନ୍ତି ।

ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର ଘଟଣାରେ ସ୍କୁଟରରେ ଆଣି ଫିଙ୍ଗିଥିବା ୨ ଅଭିଯୁକ୍ତ ଚିହ୍ନଟ ହୋଇଛନ୍ତି । ମୃତ ଛାତ୍ରୀ ମୟୂରଭଞ୍ଜ ଜିଲ୍ଲା ବୁନ୍ଦେଇପଶି ଅଞ୍ଚଳର ଝରାଫୁଲ ନାୟକ ଏହି ୨ ଅଭିଯୁକ୍ତଙ୍କ ଚିହ୍ନଟ ନେଇ ଯାଜପୁର ଏସପି ସୂଚନା ଦେଇଛନ୍ତି । ତେବେ ୨ ଜଣ ଯୁବକ ଏକ ସ୍କୁଟିରେ ମୃତଦେହ ଆଣି ରାସ୍ତା କଡରେ ଫିଙ୍ଗି ଦେଇ ଯିବାର ଦୃଶ୍ୟ ନିକଟସ୍ଥ ଦୋକାନରେ ଲାଗିଥିବା ସିସିଟିଭିରେ କଏଦ ହୋଇଥିଲ। । ଦୁଇ ଯୁବକଙ୍କୁ ପୋଲିସ ଚିହ୍ନଟ କରି ଗିରଫ କରିଛି ।

ଝରାଫୁଲଙ୍କ ବାପାଙ୍କ କହିବା ଅନୁସାରେ ଜଣେ ଅଧ୍ୟାପିକାଙ୍କ ଝିଅର ଜନ୍ମଦିନ ପାଇଁ ତାଙ୍କ ଝିଅ ଗତ ୨୪ ତାରିଖରେ ଭୁବନେଶ୍ୱର ଯାଇଥିଲା । ୨୬ ତାରିଖ ଦିନ ପ୍ରାୟ ୧୧ଟାରେ ଝିଅ ଭୁବନେଶ୍ୱରରୁ ବସ୍‌ରେ ବସିଥିଲା । ଏହାର କିଛି ସମୟ ପରେ ପେଟ ଖରାପ କଥା କହି ବସ୍‌ରୁ ଓହ୍ଲାଇଥିଲା ବୋଲି ଫୋନ୍ କରି ଜଣାଇବା ପରେ ଫୋନ୍ ସୁଇଚ୍ ଅଫ୍ ହୋଇଯାଇଥିଲା ।

Show More

Related Articles

Back to top button