Breaking PLUSଓଡ଼ିଶାମୁଖ୍ୟ ଖବର

ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା କୋଇଲା ବୋଝେଇ ଟ୍ରକ୍‌

ରାୟଗଡାରେ ଆଜି ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏକ କୋଇଲା ବୋଝେଇ ଟ୍ରକ୍ ରେ ହଠାତ୍ ନିଆଁ ଲାଗି ଘଟିଛି ଏହି ଅଗ୍ନିକାଣ୍ଡ । ତେବେ ନିଆଁ ଲାଗି କୋଇଲା ବୋଝେଇ ଟ୍ରକ୍ ଟି ଜଳିଯାଇଥିବା ବେଳେ ନିଆଁ ଲାଗିବାର କାରଣ ବର୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି ।

ସୂଚନା ଅନୁସାରେ ଏହି କୋଇଲା ବୋଝେଇ ଟ୍ରକ୍ ଟି ବିଶାଖାପାଟଣାରୁ କୋଇଲା ନେଇ ରାୟଗଡା ଆସୁଥିବା ସମୟରେ ରାୟଗଡା ଜିଲ୍ଲା ସେସଖାଲ ଥାନା ଅନ୍ତର୍ଗତ ପ୍ରତାପପୁର ନିକଟରେ ହଠାତ୍ ଟ୍ରକ୍ ଟିରେ ନିଆଁ ଲାଗିଥିଲା । ନିଆଁ ଲାଗିବାର ଦେଖି ଟ୍ରକ୍ ଚାଳକ ସଙ୍ଗେସଙ୍ଗେ ଅଗ୍ନିଶ୍ରମ ବିଭାଗ ଓ ସ୍ଥାନୀୟ ପୋଲିସ୍ କୁ ଖବର ଦେଇଥିଲେ ।

ତେବେ ଅଗ୍ନିଶ୍ରମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିବା ଜଣାପଡିଛି । ଏହାପରେ ସାସାଖାଲ ପୋଲିସ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲାଗିବାର କାରଣ ଯାଞ୍ଚ କରୁଥିବା ସୂଚନା ମିଳିଛି ।

Show More

Related Articles

Back to top button