Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବରରାଜନୀତି
ଆସନ୍ତା କାଲି ତୃତୀୟ ପର୍ଯ୍ୟାୟ ମତଦାନ
ଆସନ୍ତାକାଲି ରାଜ୍ୟରେ ହେବ ତୃତୀୟ ପର୍ୟ୍ୟାୟ ପଞ୍ଚାୟତ ନିର୍ବାଚନ ।

ଆସନ୍ତାକାଲି ରାଜ୍ୟରେ ହେବ ତୃତୀୟ ପର୍ୟ୍ୟାୟ ପଞ୍ଚାୟତ ନିର୍ବାଚନ । ତୃତୀୟ ପର୍ୟ୍ୟାୟରେ ରାଜ୍ୟରେ ୧୭୧ଟି ଜିଲ୍ଲା ପରିଷଦ ଜୋନରେ ହେବ ନିର୍ବାଚନ । ୧ ହଜାର ୩୮୨ ସରପଞ୍ଚ, ସମିତି ସଭ୍ୟ ଏବଂ ୧୮ ହଜାର ୪୯୫ଟି ୱାର୍ଡରେ ଭୋଟିଂ ହେବ । ୫୬ ଲକ୍ଷରୁ ଅଧିକ ଭୋଟର ନିଜ ନିଜର ମତଦାନ ସାବ୍ୟସ୍ତ କରିବେ । ପ୍ରତି ବୁଥରେ ରହିବେ ପୋଲିଂ କର୍ମଚାରୀ । ଏଥିପାଇଁ ତୃତୀୟ ପର୍ଯ୍ୟାୟର ପ୍ରସ୍ତୁତି ଅନ୍ତିମ ପର୍ୟ୍ୟାୟରେ ପହଞ୍ଚିଛି । ସେଠାରେ ପୋଲିସ୍ ଟିମ୍ ମଧ୍ୟ ନିୟୋଜିତ ହୋଇଛନ୍ତି । ପ୍ରତି ବୁଥ୍ ଉପରେ ନଜର ରଖାଯିବ ।
ସେପଟେ ଆସନ୍ତା ୨୨ତାରିଖରେ ସାରା ରାଜ୍ୟରେ ଚତୁର୍ଥ ପର୍ୟ୍ୟାୟ ନିର୍ବାଚନ ହେବ । ଏଥିପାଇଁ ଜୋରଦାର ଚାଲିଛି ପ୍ରଚାର ।