Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଆଜିଠାରୁ ଆରମ୍ଭ ହେଲା ତୃତୀୟ ପର୍ଯ୍ୟାୟ ଲକଡାଉନ୍

ଆଜିଠୁ ଆରମ୍ଭ ହୋଇଛି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଲକଡାଉନ୍। ଆସନ୍ତା ୧୭ ତାରିଖ ଯାଏ ଲକ୍‌ଡାଉନ୍ ବଢ଼ିବା ପରେ ଆଜିଠୁ ଆହୁରି କଡ଼ାକଡ଼ି ହେବ କଟକଣା। କରୋନା ସଂକ୍ରମଣକୁ ନିୟନ୍ତ୍ରଣରେ ଆଣିବାକୁ ଲକ୍‌ଡାଉନକୁ ବଢ଼ାଯାଇଛି।

ଆଜିଠୁ ଆରମ୍ଭ ହୋଇଛି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଲକଡାଉନ୍। ଆସନ୍ତା ୧୭ ତାରିଖ ଯାଏ ଲକ୍‌ଡାଉନ୍ ବଢ଼ିବା ପରେ ଆଜିଠୁ ଆହୁରି କଡ଼ାକଡ଼ି ହେବ କଟକଣା। କରୋନା ସଂକ୍ରମଣକୁ ନିୟନ୍ତ୍ରଣରେ ଆଣିବାକୁ ଲକ୍‌ଡାଉନକୁ ବଢ଼ାଯାଇଛି।

ରାଜଧାନୀ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ପୁରୀ, ବାଲେଶ୍ୱର, ସମ୍ବଲପୁର, ଜୟପୁର ସମେତ ଅନ୍ୟ ସହରରେ କଡ଼ାକଡ଼ି ଯାଞ୍ଚ କରାଯାଉଛି। ଅମାନିଆ ଯେପରି ରାସ୍ତାକୁ ବାହାରିବେନି ସେ ନେଇ କଡ଼ା ନଜର ରଖାଯାଇଛି। ଏହି ପର୍ଯ୍ୟାୟ କ୍ରମେ ସୁନ୍ଦରଗଡ଼, ଗଜପତି ଏବଂ ନୂଆପଡ଼ା ଜିଲ୍ଲାରେ କୋହଳ ହୋଇଛି ଲକଡାଉନ ନିୟମ।

ଏହି ୩ ଜିଲ୍ଲାରେ ସକାଳ ୭ଟାରୁ ଦିନ ୧ଟା ଯାଏ କିଣା ବିକା ହୋଇପାରିବ। ସେଲୁନ୍, ସ୍ପା, ମଲ୍, ମାର୍କେଟ କମ୍ପ୍ଲେକ୍ସ ଏବଂ ସାପ୍ତାହିକ ହାଟକୁ ଛାଡି ବାକି ସବୁ ଦୋକାନ ଖୋଲା ରହିବ। ତେବେ ଆଗକୁ ଯଦି ଏସବୁ ଜିଲ୍ଲାରେ ପଜିଟିଭିଟି ରେଟ୍ ବଢ଼େ, ତେବେ ପୁଣି କଟକଣା ବଢ଼ିବ ବୋଲି ସରକାର ସ୍ପଷ୍ଟ କରିସାରିଛନ୍ତି। ସୂଚନାଥାଉ କି, ସୁନ୍ଦରଗଡ଼, ଗଜପତି ଏବଂ ନୂଆପଡ଼ାରେ ଯଥାକ୍ରମେ ଆଜି ଚିହ୍ନଟ ହୋଇଛନ୍ତି ୨୪୪, ୮୦ ଓ ୪୦ ରୋଗୀ।

Show More

Related Articles

Back to top button