Breaking PLUSଓଡ଼ିଶାକଳା ସଂସ୍କୃତି ଓ ସାହିତ୍ୟପୂଜା ପାର୍ବଣଭକ୍ତି

କୋଭିଡ୍‌ କଟକଣା ସହିତ ଖୋଲିଲା ମା’ ସମଲେଶ୍ୱରୀଙ୍କ ମନ୍ଦିର

ବହୁ ଦିନର ପ୍ରତୀକ୍ଷା ପରେ ମା'ଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ

ସମ୍ବଲପୁର: ଆଜିଠୁ ଖୋଲିଲା ମା’ ସମଲେଶ୍ୱରୀଙ୍କ ମନ୍ଦିର । କୋଭିଡ୍‌ ତୃତୀୟ ଲହରର ଅଣାୟତ୍ତ ସ୍ଥିତି ଯୋଗୁଁ ବହୁ ଦିନ ଧରି ଭକ୍ତଙ୍କ ପାଇଁ ବନ୍ଦ୍ ରହିଥିଲା ମନ୍ଦିର। ତେବେ ବର୍ତ୍ତମାନ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ଏବଂ ଜିଲା ପ୍ରଶାସନର ନିଷ୍ପତ୍ତି କ୍ରମେ ମନ୍ଦିରର ମୁଖ୍ୟ ଫାଟକ ଭକ୍ତ ମାନଙ୍କ ପାଇଁ ଖୋଲାଯାଇଛି ।

ବହୁ ଦିନର ପ୍ରତୀକ୍ଷା ପରେ ମା’ଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ , କିନ୍ତୁ ପୂର୍ବ ପରି କୋଭିଡ୍‌ କଟକଣା ବଳବତ୍ତର ରହିଛି। କୋଭିଡ୍ କଟକଣା ମାନି ସାମାଜିକ ଦୂରତା ଏବଂ ମାସ୍କ ପରିଧାନ କରି ଶ୍ରଦ୍ଧାଳୁମାନେ ମା’ଙ୍କୁ ଦର୍ଶନ କରିପାରିବେ ।

ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁ ଦେଇଥିବା ସୂଚନା ଅନୁଯାୟୀ , ମନ୍ଦିର ସକାଳ ୬ଟାରୁ ପୂର୍ବାହ୍ନ ୧୧ଟା ୩୦ ଯାଏ ଓ ଅପରାହ୍ନ ୧ ଟାରୁ ସନ୍ଧ୍ୟା ୭ ଟା ୩୦ ଯାଏ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲା ରହିବ । ମନ୍ଦିରର ସମ୍ମୁଖ ଦ୍ବାର-୧ ଦେଇ ଭକ୍ତମାନେ ପ୍ରବେଶ କରି ସମ୍ମୁଖ ଦ୍ବାର -୨ ଦେଇ ପ୍ରସ୍ଥାନ କରି ପାରିବେ।

 

Show More

Related Articles

Back to top button