ଓଡ଼ିଶାପାଣିପାଗ

ରାଜ୍ୟରେ ଖସୁଛି ତାପମାତ୍ରା, ସବୁଠୁ ଥଣ୍ଡା ସହର ପାଲଟିଛି ସେମିଳିଗୁଡା

ରାଜ୍ୟରେ କ୍ରମଶଃ ଖସୁଛି ତାପମାତ୍ରା । ଏଧିକାଂଶ ସ୍ଥାନରେ ଅନୁଭୂତ ହେଲାଣି ଶୀତ । ତେବେ ଏହାରିମଧ୍ୟରେ ଗତକାଲି ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଥିଲା କୋରାପୁଟର ସେମିଳିଗୁଡା । ସୋମବାର ସେଠାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୦.୮ ରହିଥିଲା ।

ସେହିପରି ଜି.ଉଦୟଗିରିରେ ୧୨.୨  ଡିଗ୍ରୀ ରହିଥିବାବେଳେ ଦାରିଙ୍ଗିବାଡିରେ ୧୩ ଡିଗ୍ରୀ ଓ ଫୁଲବାଣୀରେ ୧୪.୫ ଡିଗ୍ରୀ ରେକର୍ଡ କରାଯାଇଛି । ସେମିଳିଗୁଡାରେ ଗତକାଲି କୁହୁଡି ମଧ୍ୟ ଦୃଶ୍ୟମାନ ହୋଇଥିଲା ।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ,ରାଜ୍ୟରେ ଆଗାମୀ ୫ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । କିନ୍ତୁ ଅନେକ ସ୍ଥାନରେ କୁହୁଡିଆ ପାଗ ଦେଖାଯିବ ।

ଅନ୍ୟପଟେ,ଆଜି ରାଜ୍ୟର ଖୋର୍ଦ୍ଧା,କଟକ, ସୁନ୍ଦରଗଡ,ସମ୍ବଲପୁର,ଜଗତସିଂହପୁର, ଜଗତସିଂହପୁର,ଝାରସୁଗୁଡା,ଦେବଗଡ,ମୟୁରଭଞ୍ଜ,କନ୍ଧମାଳ,ଗଜପତି,ରାୟଗଡା କେନ୍ଦୁଝର,ଅନୁଗଳ,ସମ୍ବଲପୁର,ବାଲେଶ୍ୱର,ଭଦ୍ରକ ଏବଂ ପୁରୀ ଆଦି ସ୍ଥାନରେ ଆକାଶ ମେଘାଚ୍ଛନ ରହିବା ସହିତ ପାଗ କାଉଁଳିଆ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Show More

Related Articles

Back to top button