ଓଡ଼ିଶାପାଣିପାଗସ୍ୱତନ୍ତ୍ର

ହ୍ରାସ ପାଉଛି ତାପମାତ୍ରା,ଆସନ୍ତା ୪ଦିନ ପର୍ଯ୍ୟନ୍ତ ଶୀତରେ ଥରିବ ଓଡିଶା

ରାଜ୍ୟରେ ହ୍ରାସ ପାଉଛି ତାପମାତ୍ରା । ଅଧିକାଂଶ ସହରର ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରୀ ଯାଏ କମିବ । ପ୍ରଭାବରେ ଆସନ୍ତା ୪ଦିନ ପର୍ଯ୍ୟନ୍ତ ଶୀତରେ ଥରିବ ଓଡିଶା । ବିଶେଷ କରି ପାହାଡ଼ିଆ ଅଞ୍ଚଳରେ ଅଧିକ ଥଣ୍ଡା ଅନୁଭୂତ ହେବ ।

ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ ଦୁର୍ବଳ ହେଉଥିବାରୁ ଓଡ଼ିଶାକୁ ଆସୁଥିବା ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହ କମିଛି । ଫଳରେ ତାପମାତ୍ରା ତଳମୁହାଁ ହୋଇଛି ।ସେହିପରି ମେଘମୁକ୍ତ ଆକାଶ ଏବଂ ଥଣ୍ଡା ପବନ ପ୍ରବାହ ପାଇଁ ଶୀତ ବଢିବ । କୋରାପୁଟ, କନ୍ଧମାଳ ସମେତ ସୁନ୍ଦରଗଡରେ ତାପମାତ୍ରା କମିଥିବା ଜଣାପଡ଼ିଛି।

ସେପଟେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହା ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ରୂପ ନେବ । କିନ୍ତୁ ସେହି ଲଘୁଚାପର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ବୋଲି ସୂଚନା ମିଳିଛି ।

Show More

Related Articles

Back to top button