ଦେଶ ବିଦେଶମୁଖ୍ୟ ଖବରରାଜନୀତି

ଦଳକୁ କାହାର ସାହାଯ୍ୟ ଆବଶ୍ୟକ ନାହିଁ: ମଲ୍ଲିକାର୍ଜୁନ ଖାଡ଼ଗେ

ନୂଆଦିଲ୍ଲୀ: କଂଗ୍ରେସ ପାର୍ଟି ଏକା ଚାଲିବ। ଦଳକୁ କାହାର ସାହାଯ୍ୟ ଆବଶ୍ୟକ ନାହିଁ। କଂଗ୍ରେସ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଅଣବିଜେପି ସରକାର ଗଠନ କରିବ । କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ୱ ନେବା ପରେ ନିଜର ପ୍ରଥମ ସାର୍ବଜନୀନ ସମ୍ୱୋଧିନରେ ଏହା କହିଛନ୍ତି ମଲ୍ଲିକାର୍ଜୁନ ଖାଡ଼ଗେ। । ଖାଡଗେ କହିଛନ୍ତି, କଂଗ୍ରେସ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଅଣବିଜେପି ସରକାର ଗଠନ କରିବେ। ଦଳରେ ସଭାପତି ଭାବେ ନିର୍ବାଚିତ ହେବା ପରେ ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇ ଖାଡଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଥିଲେ। ମୋଦି ପ୍ରତିଦିନ ମିଛ ପ୍ରଚାର କରୁଥିବା ସେ ଅଭିଯୋଗ କରିଛନ୍ତି । ମଲ୍ଲିକାର୍ଜୁନ ଖାଡଗେ କହିଛନ୍ତି ଯେ, ଯଦି କୌଣସି ଅଣବିଜେପି ସରକାର ଆସିବ, ତେବେ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଆସିବ। ଆମେ ସରକାର ଗଠନ କରିବୁ। ସେ କହିଛନ୍ତି ଭାରତ ଯୋଡୋ ଯାତ୍ରାରେ ବହୁ ସଂଖ୍ୟାରେ ଯୁବକଙ୍କ ସମର୍ଥନ ମିଳୁଛି । କାରଣ ୨୦୧୪ ଲୋକସଭା ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଥିବା ୨ କୋଟି ରୋଜଗାର ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଖାଡଗେ କହିଛନ୍ତି ଯେ, ‘ଗୁଜରାଟ ନିର୍ବାଚନ ତାରିଖ ଘୋଷଣା ହେବାରେ ବିଳମ୍ୱ ହୋଇଛି। କାରଣ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମୋର୍ବିରେ ଛିଣ୍ଡିଥିବା ପୋଲ ପରି ଅନ୍ୟ ପୋଲ ଗୁଡିକର ଉଦଘାଟନ କରିବାର ଅଛି । ସେହିପରି ସେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କୁ ଟାର୍ଗେଟ କରିଛନ୍ତି । ଜାତୀୟ ରାଜନୀତିକୁ ନଜର ରଖି କେସିଆର ରାଜ୍ୟବାସୀଙ୍କ କଲ୍ୟାଣକୁ ଅଣଦେଖା କରୁଥିବା ସେ ଅଭିଯୋଗ କରିଛନ୍ତି ।

Show More

Related Articles

Back to top button