Breaking PLUSଦେଶ ବିଦେଶମୁଖ୍ୟ ଖବର

ମହାମାରୀ କରୋନାର ମୁକାବିଲା କରିବା ନିମନ୍ତେ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ କଲେ ସୁପ୍ରିମକୋର୍ଟ

ଦେଶରେ କେତେ ପରିମାଣରେ ମେଡିକାଲ ଅକ୍ସିଜେନ ଉପଲବ୍ଧ ଅଛି ଓ ଯୋଗାଣ ହୋଇଛି, ତାହା ଆକଳନ କରିବା ଲାଗି ସୁପ୍ରିମକୋର୍ଟ ଶନିବାର ଏକ ଜାତୀୟ ଟାସ୍କଫୋର୍ସ ଗଠନ କରିଛନ୍ତି। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ମେଡିକାଲ ଅକ୍ସିଜେନ୍‌ ଏବଂ ଜରୁରୀ ଔଷଧ ମଞ୍ଜୁରୀ କରାଇବାରେ ଉକ୍ତ ୧୨ ଜଣିଆ ଟାସ୍କଫୋର୍ସ କାର୍ଯ୍ୟ କରିବ।

ଦେଶରେ କେତେ ପରିମାଣରେ ମେଡିକାଲ ଅକ୍ସିଜେନ ଉପଲବ୍ଧ ଅଛି ଓ ଯୋଗାଣ ହୋଇଛି, ତାହା ଆକଳନ କରିବା ଲାଗି ସୁପ୍ରିମକୋର୍ଟ ଶନିବାର ଏକ ଜାତୀୟ ଟାସ୍କଫୋର୍ସ ଗଠନ କରିଛନ୍ତି। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ମେଡିକାଲ ଅକ୍ସିଜେନ୍‌ ଏବଂ ଜରୁରୀ ଔଷଧ ମଞ୍ଜୁରୀ କରାଇବାରେ ଉକ୍ତ ୧୨ ଜଣିଆ ଟାସ୍କଫୋର୍ସ କାର୍ଯ୍ୟ କରିବ। ପରାମର୍ଶ ଓ ସୂଚନା ପାଇଁ ଟାସ୍କଫୋର୍ସ ଆବଶ୍ୟକ କଲେ କେନ୍ଦ୍ର ସରକାରଙ୍କ ମାନବ ସମ୍ବଳର ସହାୟତା ନେଇପାରିବ। କାର୍ଯ୍ୟପ୍ରଣାଳୀ ନିର୍ଦ୍ଧାରଣ କରିବା ଲାଗି ଏହାକୁ ସ୍ବାଧୀନତା ଦିଆଯାଇଛି। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଅଧିକ ଅକ୍ସିଜେନ ଯୋଗାଣ ପାଇଁ ଶୁକ୍ରବାର ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବା ବେଳେ ଟାସ୍କଫୋର୍ସ ଗଠନ ସମ୍ପର୍କରେ କହିଥିଲେ। ପଶ୍ଚିମବଙ୍ଗ ୟୁନିଭର୍ସିଟି ଅଫ୍‌ ହେଲ୍‌ଥ ସାଇନ୍ସେସ୍‌, କୋଲକାତାର ପୂର୍ବତନ କୁଳପତି ଡ. ଭାବତୋଷ ବିଶ୍ୱାସଙ୍କ ଅଧ୍ୟକ୍ଷତାରେ ଗଠିତ ଟାସ୍କଫୋର୍ସରେ ସାର୍‌ ଗଙ୍ଗାରାମ ହସ୍ପିଟାଲ, ଦିଲ୍ଲୀର ମ୍ୟାନେଜମେଣ୍ଟ ବୋର୍ଡ ଅଧ୍ୟକ୍ଷ ଡ. ଦେବେନ୍ଦ୍ର ସିଂ ରାଣା, ନାରାୟଣ ହେଲ୍‌୍‌ଥକେୟାର, ବେଙ୍ଗାଲୁରୁର ଅଧ୍ୟକ୍ଷ ତଥା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଦେବୀ ପ୍ରସାଦ ସେଟ୍ଟୀ, ଖ୍ରୀଷ୍ଟିୟାନ ମେଡିକାଲ କଲେଜ, ଭେଲୋରର ପ୍ରଫେସର ଡ. ଗଗନଦୀପ କଙ୍ଗ୍‌, ନିର୍ଦ୍ଦେଶକ ଡ. ଜେ.ଭି. ପିଟର, ମେଦାନ୍ତ ହସ୍ପିଟାଲ ଆଣ୍ଡ ହେଲଥ ଇନ୍‌ଷ୍ଟିଚ୍ୟୁଟ୍‌ ଗୁରୁଗ୍ରାମର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଡ. ନରେଶ ତ୍ରେହାନ, ଫର୍ଟିସ ହସ୍ପିଟାଲ କ୍ରିଟିକାଲ କେୟାର ମେଡିସିନ ଏବଂ ଆଇସିୟୁର ନିର୍ଦ୍ଦେଶକ ଡ. ରାହୁଲ ପଣ୍ଡିତ, ସାର୍‌ ଗଙ୍ଗାରାମ ହସ୍ପିଟାଲର ଅଧ୍ୟକ୍ଷ ତଥା ସର୍ଜିକାଲ ଗାଷ୍ଟ୍ରୋଏଣ୍ଟ୍ରୋଲୋଜି ଏବଂ ଲିଭର ଟ୍ରାନ୍ସପ୍ଲାଣ୍ଟ ବିଭାଗ ମୁଖ୍ୟ ଡ. ସୌମିତ୍ର ରାଓ୍ବତ, ଆଇଏଲ୍‌ବିଏସ୍‌ ଦିଲ୍ଲୀର ବରିଷ୍ଠ ପ୍ରଫେସର ଡ. ଶିବକୁମାର ସରିନ, ହିନ୍ଦୁଜା ହସ୍ପିଟାଲର ଡ. ଜରିର ଏଫ୍‌ ଉଦ୍ୱାଡିଆ ସଦସ୍ୟ ରହିଛନ୍ତି।

Show More

Related Articles

Back to top button