ଓଡ଼ିଶାସ୍ୱତନ୍ତ୍ର

ଇଭି-ପଲିସି ୨୦୨୧ର ପ୍ରଣୟନ କଲେ ରାଜ୍ୟ ସରକାର, ଖୁବଶୀଘ୍ର ରାଜ୍ୟକୁ ଆସିବ ଇଲେକ୍ଟ୍ରୋନିକ ଭେଇକିଲ

ଦେଶରେ ଦିନକୁ ଦିନ ବିଦ୍ୟୁତ ଚାଳିତ ଯାନର ଚାହିଦା ବଢୁଛି । ମୋଟରଗାଡିଠୁ ଆରମ୍ଭ କରି ବସ୍ ଏବଂ ଟ୍ରେନ ପର୍ଯ୍ୟନ୍ତ ବିଦ୍ୟୁତ ଚାଳିତ ସମସ୍ତ ଯାନବାହାନ ଦେଶର ବିଭିନ୍ନ ସ୍ଥାନରେ ଗଡିଲାଣି । ତେଣୁ ଓଡିଶାକୁ ଶିଳ୍ପ ସମୃଦ୍ଧ କରିବା ପାଁଇ ଖୁବଶୀଘ୍ର ରାଜ୍ୟକୁ ଇଲେକ୍ଟ୍ରୋନିକ ଭେଇକିଲ ଆସିବାର ସମ୍ଭାବନା ରହିଛି ।

ଓଡ଼ିଶାରେ ଉତ୍ପାଦନ ନିମନ୍ତେ କିଛି ଚାର୍ଜିଂ ଷ୍ଟେସନ ନିର୍ମାତା ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି । କିଛି ପ୍ରମୁଖ ବୈଦ୍ୟୁତିକ ଯାନ ନିର୍ମାତା ମେକ୍ ଇନ୍ ଓଡ଼ିଶାର ଆଗାମୀ କନକ୍ଲେଭରେ ଯୋଗଦେବେ । ନିବେଶକ ସମ୍ମିଳନୀରେ ବହୁ ଖ୍ୟାତାନାମା କମ୍ପାନୀ ଓଡ଼ିଶା ଆସିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଏଣୁ ଆଗାମୀ ଦିନରେ ଓଡ଼ିଶାରେ ଅଟୋମୋବାଇଲ କମ୍ପାନୀ ସ୍ଥାପନ ହେବାର ସମ୍ଭାବନା ରହିଛି ।

ଏହାକୁ ପ୍ରୋତ୍ସାହିତ କରିବାକୁ ରାଜ୍ୟ ସରକାର ଇଭି-ପଲିସି ୨୦୨୧ ପ୍ରଣୟନ କରିଛନ୍ତି । ଏଣୁ ଓଡ଼ିଶାରେ ଇଭି ଶିଳ୍ପ ପ୍ରତିଷ୍ଠା ହେଲେ ରାଜ୍ୟ ସରକାର ସମସ୍ତ ପ୍ରୋତ୍ସାହନ ଯୋଗାଇ ଦେବେ । ପୁରୁଣା ଗାଡ଼ି ସ୍କ୍ରାପ ଶିଳ୍ପ ପାଇଁ ମଧ୍ୟ ଏଥିରେ ପ୍ରୋତ୍ସାହନ ବ୍ୟବସ୍ଥା ଅଛି । ଅନେକ ରାଜ୍ୟ ଏହି ଶିଳ୍ପକୁ ଆକୃଷ୍ଟ କରିବାକୁ ଉଦ୍ୟମ କରୁଥିବାବେଳେ ଓଡ଼ିଶାରେ ଇଭି ଶିଳ୍ପର ସମ୍ଭାବନା ବେଶ୍ ଉଜ୍ଜ୍ବଳ । ଏହାଦ୍ବାରା ବ୍ୟପକ ନିଯୁକ୍ତି ସୁଯୋଗ ସହିତ ଓଡ଼ିଶାରେ ଦକ୍ଷ ମାନବ ସମ୍ଭଳକୁ ରୋଜଗାରକ୍ଷମ ମଧ୍ୟ ହୋଇପାରିବେ ।

 

Show More

Related Articles

Back to top button