ଓଡ଼ିଶାଖେଳଦେଶଦେଶ ବିଦେଶ

ବିନା ମାସ୍କରେ ଷ୍ଟାଡିୟମ ମନା

କଟକ: ବିନା ମାସ୍କରେ ନୋ ଏଣ୍ଟ୍ରି । ଯଦି ଆପଣ ବାରବାଟୀ ଷ୍ଟାଡିୟମକୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁଥିବା  ଟି-୨୦  ଖେଳ ଦେଖିବାକୁ ଯାଉଛନ୍ତି ତେବେ ମାସ୍କ ପରିଧାନ କରିବାସହ ସମସ୍ଥ ଶୃଙ୍ଖଳା ରକ୍ଷା କରନ୍ତୁ । ନଚେତ୍ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ସୂଚନା ଦେଇଛନ୍ତି କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ସମସ୍ତ ସ୍ଥିତିକୁ ନଜରରେ ରଖି ପ୍ରସ୍ତୁତି କରାଯାଇଛି ।  ଟ୍ରାଫିକ୍ କର୍ମଚାରୀଙ୍କୁ ଦାୟିତ୍ୱ ବାଣ୍ଟି ଦିଆଯାଇଛି । କଟକରେ ୬୨ ପ୍ଲାଟୁନ ଫୋର୍ସ ଓ ଭୁବନେଶ୍ୱରରେ ୨୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ । କଟକରେ କଟକ ଡିସିପିଙ୍କ ସମେତ ଅନ୍ୟ ୩ ଜଣ ଡିସିପି ନିୟୋଜିତ ହେଉଥିବାବେଳେ ଜଣ ଅତିରିକ୍ତ ଡିସିପି ଦାୟିତ୍ବ ତୁଲାଇବେ ।ଏହା ସହିତ ୨୩ ଜଣ ଏସିପି, ୪୧ଜଣ ଇନ୍ସପେକ୍ଟର ଓ ସୁବେଦର, ୨୭୦ ଜଣ ଏସଆଇ ଓ ଏଏସଆଇ, ୨୦୦ କନେଷ୍ଟବଳ, ୨୫ ଟ୍ରାଫିକ ହାବିଲଦାର ଓ ୬୦ ଜଣ ଟ୍ରାଫିକ କନେଷ୍ଟବଳ ମୁତୟନ ହେବେ ।

Show More

Related Articles

Back to top button