ଓଡ଼ିଶାଦୁର୍ଘଟଣା

ବାପାଙ୍କ ମୃତ୍ୟୁ ଖବର ଶୁଣି ପୁଅର ମୃତ୍ୟୁ

ପରିବାରରେ ଶୋକାକୁଳ ପରିବେଶ ସୃଷ୍ଟି

ବଲାଙ୍ଗୀର : ବାପାଙ୍କ ମୃତ୍ୟୁ ଖବର ଶୁଣି ପୁଅର ମୃତ୍ୟୁ । ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହର ଆଶ୍ରମପଡାରେ । କିଛିଦିନ ହେବ ବାପାଙ୍କ ଦେହ ଅସୁସ୍ଥ ଥିବାରୁ ବାପାର ମୃତ୍ୟୁ ହେଲା । କିନ୍ତୁ ଏହି ଖବର ଶୁଣିବା ମାତ୍ରେ ପୁଅ ମଧ୍ୟ ଆର ପାରିକୁ ଚାଲିଗଲେ । ଏହି ଘଟଣା ପରେ ପରିବାରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ଗତ କାଲି ବିଳମ୍ବିତ ରାତିରେ ବାପା ଗନ୍ଧର୍ବ ଥପାଙ୍କ ମୃତ୍ୟୁ ହୋଇଥିଲା । ମୃତ୍ୟୁ ଖବର ଶୁଣି ବଡ଼ ପୁଅ ଧନେଶ୍ୱର ଥପାଙ୍କର ବି ମୃତ୍ୟୁ ହୋଇଛି । ଗୋଟିଏ ମଶାଣିରେ ଏକା ସାଙ୍ଗରେ ଏଇ ଜୁଇରେ ଜଳୁଛି ବାପା ଓ ପୁଅଙ୍କ ଶବ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଉଭୟ ବାପ ପୁଅ ମଦ ଛାଡ଼ିବା ପାଇଁ ମେଡ଼ିସିନ ଖାଉଥିଲେ । ହେଲେ ରାତି ଅଧରେ ବାପାଙ୍କ ଦେହ ଅସୁସ୍ଥ ହେବାରୁ ସାନ ପୁଅ ବାପାଙ୍କୁ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ରାତିରେ ମୃତ ଘୋଷଣା କରିଥିଲେ । ପରେ ପରେ ସକାଳୁ ସକାଳୁ ବଡ଼ ପୁଅ ଧନେଶ୍ୱରଙ୍କ ଦେହ ଅସୁସ୍ଥ ହେବାରୁ ହସ୍ପିଟାଲକୁ ନେଇଥିଲେ । ତା’ ପରେ ଧନେଶ୍ୱର ଥପାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ତେବେ ମଦ ପାଇଁ ଦୁହିଁଙ୍କ ଜୀବନ ଗଲା କି ଅନ୍ୟ କାରଣ ଅଛି ତାହା ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ ।

Show More

Related Articles

Back to top button